କ୍ରିଷ୍ଣାମୂର୍ତ୍ତି ୱାର୍ଲ୍ଡ ସ୍କୁଲ : ଯେଉଁଠି ପାଠ୍ୟକ୍ରମ ସହ ଛାତ୍ରଛାତ୍ରୀଙ୍କୁ ଶିଖାଯାଏ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧର ଗୁରୁତ୍ୱ ।

67

କନକ ବ୍ୟୁରୋ : ପରିବର୍ତ୍ତନଶୀଳ ଦୁନିଆରେ, ଭାରତୀୟ ସାଂସ୍କୃତିକ ଅତୀତକୁ ମନେ ପକାଉଥିବା ଏବଂ ପ୍ରଗତିଶୀଳ ଭବିଷ୍ୟତ ସହିତ ଅନୁକୂଳ ଏକ ଅନୁଷ୍ଠାନର ଉଦାହରଣ ହେଉଛି କ୍ରିଷ୍ଣାମୂର୍ତ୍ତି ୱାର୍ଲ୍ଡ ସ୍କୁଲ । ଭଗବଦ୍ ଗୀତାର ଅସୀମ ଦର୍ଶନ ଏବଂ ଶ୍ରୀ ଜଗଦଗୁରୁ ଶଙ୍କରାଚାର୍ୟ୍ୟ ସ୍ୱାମୀ ଶ୍ରୀ ନିଶ୍ଚଳାନନ୍ଦଙ୍କ ମାର୍ଗଦର୍ଶନରେ ୨୦୧୬ ମସିହାରେ ସେଣ୍ଟ୍ ଜାଭିଅର୍ ଗ୍ରୁପ୍ ଅଫ୍ ସ୍କୁଲର ୫୧ତମ ଶାଖା ଭାବରେ ଆରମ୍ଭ ହୋଇଥିଲା। ମାତ୍ର କେଇ ବର୍ଷ ମଧ୍ୟରେ ଏହି ସ୍କୁଲ ନୂଆ ବେଞ୍ଚମାର୍କ ସୃଷ୍ଟି କରିବା ସହ ଅଭିଭାବକଙ୍କ ମନ ଜିଣିପାରିଛି । ଟ୍ୱିନ୍ ସିଟିର ମଧ୍ୟଭାଗରେ ଅଥାର୍ତ ପ୍ରତାପ ନଗରୀର ଜରିପଡା ଠାରେ ଏହି ଅନୁଷ୍ଠାନର କ୍ୟାମ୍ପସ ଖୋଲିଛି ।

ବିକଶିତ ଭାରତ ପାଇଁ ନୂଆ ଉଦ୍ୟୋଗୀଙ୍କୁ ସୃଷ୍ଟି କରିବା ଏହି ଅନୁଷ୍ଠାନର ବଡ ଲକ୍ଷ୍ୟ । ଷ୍ଟାର୍ଟ ଅପ୍ ଇଣ୍ଡିଆ ଜରିଆରେ ନୂଆ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ସହ ଭାରତୀୟ ସଂସ୍କୃତିର ଛାପ ଛାଡିବା ଅନୁଷ୍ଠାନର ଭିଜନ ରହିଛି । ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧରେ ବିଶ୍ୱାସ ରଖୁଥିବା ଏହି ଅନୁଷ୍ଠାନ ଭଗବତ୍ ଗୀତାକୁ ସିଲାବସରେ ସାମିଲ କରି ଛାତ୍ରଛାତ୍ରୀ ମାନଙ୍କୁ ଏନେଇ ଶିକ୍ଷା ପ୍ରଦାନ କରିଥାଏ । ଧାର୍ମିକ ପ୍ରତିବନ୍ଧକକୁ ଅତିକ୍ରମ କରି ଏହି ଅନୁଷ୍ଠାନ ଜନ୍ମାଷ୍ଟମୀ ଓ ଇଦ୍-ଉଲ-ଜୁହାକୁ ସମାନ ଉତ୍ସାହର ସହ ପାଳନ କରିଥାଏ । ପ୍ରାଚୀନ ଭାରତୀୟ ସଂସ୍କୃତି ସହ ଛାତ୍ରଛାତ୍ରୀମାନଙ୍କୁ ଯୋଡିବାକୁ ଯୋଗ କ୍ଲାସ କରାଯାଇଥାଏ ।

ଏକ ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ସ୍ୱାତ୍ତିକ ଆହର ଆବଶ୍ୟକ । ଯାହା ଉପରେ ଯଥେଷ୍ଟ ଧ୍ୟାନ ଦେଇଥାଏ ଏହି ଅନୁଷ୍ଠାନ । ଯେଉଁଥିପାଇଁ କ୍ରିଷ୍ଣାମୂର୍ତ୍ତି ୱାଲ୍ଡ ସ୍କୁଲ ନିଜ କ୍ୟାଣ୍ଟିନରେ ଜଙ୍କ୍ ଫୁଡ ବଦଳରେ ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରଦାନ କରିଥାଏ । ପ୍ରତି ସପ୍ତାହରେ ଖାଇବାର ମେନ୍ୟୁ ଲିଷ୍ଟ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ନିକଟକୁ ପଠାଇଥାନ୍ତି ଅନୁଷ୍ଠାନର କର୍ତ୍ତୃପକ୍ଷ । ପାରିବାରିକ ମୂଲ୍ୟବୋଧ ଓ ଯୌଥ ପରିବାର ଉପରେ ବିଶ୍ୱାସ ରଖୁଥିବା ଏହି ଅନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କୁ ଗୁରୁଜନ ମାନଙ୍କ ସେବା କରିବା ଓ ଅନ୍ୟମାନଙ୍କୁ ସମ୍ମାନ ଦେବା ଶିଖାଇଥାଏ ।

ସ୍କୁଲକୁ ନେଇ ମନରେ ଭୟ ନଆସୁ କିଛି ଏଭଳି ଦିଗ ଉପରେ କ୍ରିଷ୍ଣାମୂତ୍ତି ୱାଲ୍ଡ ସ୍କୁଲ ବିଶ୍ୱାସ କରେ । ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ଆଗକୁ ଯିବାକୁ ପୋତ୍ସାହିତ କରିବା ସହ ପିଲାଙ୍କ ମନରୁ ଭୟ ଦୂର କରିବାକୁ ଶିକ୍ଷକମାନେ କାହାଣୀ, କଣ୍ଢେଇ ଖେଳ ଓ ନାଟକ ମାଧ୍ୟମରେ ପାଠ ପଢାଇଥାନ୍ତି । ଏହାଛଡା ଗଣିତ ଭଳି ବିଷୟ ପଢାଇବା ପାଇଁ ଅତି ସରଳରେ ଶିକ୍ଷକ ମାନେ ବୁଝାଇଥାନ୍ତି । ବିଭିନ୍ନ ସାମଗ୍ରୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଗଣିତ ବିଷୟରେ ପାଠ ପଢାଇବା ସହ ଶିକ୍ଷକମାନେ ମନରୁ ଦ୍ୱନ୍ଦ୍ୱ ଦୂର କରିଥାନ୍ତି । ଯେଉଁଥିପାଇଁ ଏବେ ଅଭିଭାବକ ମାନେ ନିଜ ପିଲାଙ୍କୁ କ୍ରିଷ୍ଣାମୂର୍ତ୍ତି ୱାଲ୍ଡ ସ୍କୁଲରେ ପଠାଇବାକୁ ଆଗ୍ରହ ଦେଖାଇଥାନ୍ତି ।