ମହାରଥୀଙ୍କୁ ଝୁରୁଛି ବିଧାନସଭା: ଶୋକ ପ୍ରସ୍ତାବ ବେଳେ ଭାବବିହ୍ୱଳ ହେଲେ ବିରୋଧୀ ଦଳ ବିଧାୟକ; ଅମର ଶତପଥୀ କହିଲେ ମରିନାହାନ୍ତି ମହାରଥୀ, ସରିନାହିଁ ରାଜନୀତି: କାଲିଯାଏଁ ଗୃହ ମୁଲତବୀ

346

କନକ ବ୍ୟୁରୋ: ପ୍ରଦୀପ ମହାରଥୀଙ୍କ ପାଇଁ ଆଜି ଗୃହରେ ଶୋକ ପ୍ରସ୍ତାବ ଆଣିଥିଲେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା । ଆଜି ମହାରଥୀଙ୍କ ଅବର୍ତମାନରେ ମହାରଥୀଙ୍କୁ ଝୁରୁଛି ବିଧାନସଭା । ଗୃହରେ ମହାରଥୀଙ୍କ ସ୍ମୃତି ଚାରଣ ସମୟରେ ଭାବବିହ୍ୱଳ ହୋଇପଡିଥିଲେ ସମସ୍ତ ବିଧାୟକ । ଶୋକ ପ୍ରସ୍ତାବକୁ ସମର୍ଥନ କରି ଦୁଃଖୀତ ଓ ମର୍ମାହତ ବୋଲି ବିବୃତି ରଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେହିପରି ତାଙ୍କର ବିୟୋଗରେ ଗୃହରେ ଭାବବିହ୍ୱଳ ହୋଇପଡିଥିଲେ ବିରୋଧୀ ଦଳ ସଦସ୍ୟ ତାରାପ୍ରସାଦ ବାହିନୀପତି ।

ବିଜେପି ବିଧାୟକ କୁସୁମ ଟେଟେ କାନ୍ଦି ପକାଇଥିଲେ । ମହାରଥୀଙ୍କ ସ୍ମୃତିଚାରଣ କରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମହାରଥୀଙ୍କୁ ଜଣେ ସଫଳ ରାଜନେତା ଓ ଜନପ୍ରିୟ ନେତା ଥିଲେ । ମହାରଥୀଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଂଜଳି ଜଣାଇ ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ଗୃହରେ ୧ ମିନିଟ୍ ପାଇଁ ନୀରବ ପ୍ରାର୍ଥନା ପରେ ଗୃହକୁ ଆସନ୍ତାକାଲି ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଲେ ମରିନାହିଁ ମହାରଥୀ ,ସରିନାହିଁ ରାଜନୀତି ।

ଶେଷ ଯାତ୍ରାରେ ମହାରଥୀ । ଶବାଧାର ସହିତ ଲଂବିଛି ଲୋକଙ୍କ ଭିଡ । ଡାକ୍ତରଖାନାରୁ ଆଜି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତା ଦିବଂଗତ ମହାରଥୀଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ । ଏହା ପରେ ପାର୍ଥିବଶରୀର ବିଜେଡି ପାର୍ଟି ଅଫିସକୁ ନିଆଯାଇଥିଲା । ଦଳୀୟ କର୍ମୀ ଓ ନେତା ସେଠାରେ ମହାରଥୀଙ୍କୁ ଶ୍ରଦ୍ଧାଂଜଳି ଦେବା ପରେ ପିପିଲି ଅଭିମୁଖେ ମହାରଥୀଙ୍କ ପାର୍ଥିବ ଶରୀରକୁ ନିଆଯାଇଛି । ପୈତୃକ ଗାଁରେ ଶେଷ ଦର୍ଶନ ପରେ ଆଜି ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷ କୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।