କନକ ବ୍ୟୁରୋ : ପୂର୍ବ ବିଜେପି ନେତାଙ୍କ ପୁଅଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସରକାରୀ ସହାୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ହେଲେ ରାଜ୍ୟ ସରକାରଙ୍କ ଏଭଳି ସରକାରୀ ସହାୟତାକୁ ଦୃଢ ବିରୋଧ କରିଛନ୍ତି ଚର୍ଚ୍ଚିତ କବି ତଥା ଆମ ଆଦମୀ ପାର୍ଟିର ପୂର୍ବତନ ନେତା କୁମାର ବିଶ୍ୱାସ   ।

Advertisment

କୁମାର ବିଶ୍ୱାସ ଏକ ଟ୍ୱିଟ କରି ଏଭଳି ସରକାରୀ ସହାୟତାକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ ରାଜନୈତିକ ନେତାଙ୍କ ପୁଅମାନେ ଅପକର୍ମ କରିବେ ଓ ଏହାର ଭରଣା କରଦାତାଙ୍କ ଟଙ୍କାରେ କାହିଁକି ହେବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସେ ଆହୁରି ଲେଖିଛନ୍ତି କି କ୍ଷମତାର ଅହଂକାରରେ ବୁଡି ଯାଇଥିବା ଏ ହୀନ ଦୁର୍ଯ୍ୟଧନଙ୍କ କୁକୁର୍ମ ପାଇଁ କରଦାତାଙ୍କ ଟଙ୍କା କାହିଁକି ଖର୍ଚ୍ଚ କରାଯିବ । ଯେଉଁ ରିସୋର୍ଟରେ ଅଙ୍କିତା ଚାକିରି କରୁଥିଲେ ସରକାର ସେହି ରିସୋର୍ଟର ଜମି ଓ ଘର ନିଲାମ କରି ଅଙ୍କିତାଙ୍କ ପରିବାରକୁ ସହାୟତା ଦେବାକୁ ସେ ଦାବି କରିଛନ୍ତି ।

କହିରଖୁ କି କୁମାର ବିଶ୍ୱାସ ଅଙ୍କିତାଙ୍କ ପରିବାରକୁ ସହାୟତା ଦେବାକୁ ବିରୋଧ କରି ନାହାଁନ୍ତି ବରଂ ଜଣେ ରାଜନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ପୁଅର ଅପକର୍ମ ପାଇଁ କରଦାତାଙ୍କ ଟଙ୍କାକୁ କାହିଁକି ସହାୟତା ଆକାରରେ ପ୍ରଦାନ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ଅଙ୍କିତାଙ୍କ ହତ୍ୟାକାଣ୍ଡ ପରେ ଆକ୍ସନ ମୋଡରେ ଅଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କରସିଂ ଧାମୀ । ଏହି ଘଟଣାର ଏବେ ଏସଆଇଟି ଯାଂଚ ହେଉଛି । ଖୁବଶୀଘ୍ର ଅପରାଧୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସେ ଅଙ୍କିତାଙ୍କ ପରିବାରକୁ ଆଶ୍ୱାସନା ଦେଇଛନ୍ତି ।