କନକ ବ୍ୟୁରୋ : ଗଞ୍ଜାମ ଗୋଳନ୍ଥରା ଥାନା ଅର୍ନ୍ତଗତ ଭାଲିଆଗଡ଼ ଗାଁରେ ୬୦ ପରିବାର ବାସନ୍ଦ ଦୁଃଖ ଭୋଗୁଛନ୍ତି । ୨୦୧୮ ମସିହାରେ ୨ଟି ପରିବାରକୁ ଜରିମାନା କରିଥିଲେ କୁଳ ସମାଜ । ସେହି ପରିବାର ଜରିମାନା ନଦେବାରୁ କୁଳରୁ ବାସନ୍ଦ କରାଯାଇଥିଲା । ପରେ ଅନ୍ୟ ଜାତିରେ ବିବାହ ଓ ବାସନ୍ଦ ପରିବାର ସହ କଥା ହେବାରୁ ୬୦ଟି ପରିବାରକୁ ବାସନ୍ଦ କରିଛି କୁଳ ସମାଜ ।

Advertisment

ଭାଲିଆଗଡ଼ ଗାଁ ଭଳି ଅନ୍ୟ ୧୬ଟି ଗାଁରେ ୪୦ ପରିବରକୁ ବାସନ୍ଦ କରାଯାଇଛି । ବାସନ୍ଦ ପରିବାର ପକ୍ଷରୁ ୧୫ଟି ମାମଲା ରୁଜୁ କରାଯାଇଛି, ହେଲେ କିଛି ସୁଫଳ ମିଳୁ ନାହିଁ । ତେଣୁ ସାମ୍ବାଦିକ ସମ୍ମୀଳନୀ କରି ୫ ବର୍ଷର ସଂଘର୍ଷପୂର୍ଣ୍ଣ ଜୀବନ ବାବଦରେ କହିଛନ୍ତି ବାସନ୍ଦ ପରିବାର ।

ଥାନାରେ ଅଭିଯୋଗ କରି ନିରାଶ ହେବା ପରେ ନ୍ୟାୟ ପାଇଁ ଆଗାମୀ ଦିନରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଅର୍ନିଦ୍ଦଷ୍ଟକାଳ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।