କନକ ବ୍ୟୁରୋ : ଅନ୍ଧବିଶ୍ୱାସର କୁପରିଣତି । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଆତ୍ମବଳି ଦେଇଛନ୍ତି ଗୁଜୁରାଟ ରାଜକୋଟର ଏକ ଦମ୍ପତି । ଉଭୟ ମହାଦେବଙ୍କ ଭକ୍ତ କହିବା ସହିତ ଅଗ୍ନିକୁଣ୍ଡରେ ନିଜ ନିଜ ମୁଣ୍ଡ କାଟି ବଳି ପକାଇଛନ୍ତି । ଗୁପ୍ତ ଭାବରେ ପୁଜା କରୁଥିବା ବେଳେ ଜଳୁଥିବା ଅଗ୍ନିକୁଣ୍ଡରେ ଧାରୁଆ ଗିଲୋଟିନ୍ ଜରିଆରେ ମୁଣ୍ଡ କାଟି ନିଆଁରେ ବଳି ଦେଇଛନ୍ତି ।

Advertisment

ରାଜକୋଟ ଭିଂଚିଆ ଗାଁର ହେମୁ ଭାଇ ଓ ପତ୍ନୀ ହଁସାବେନ ପୂର୍ବରୁ ବହୁ ସମୟରେ ଏକ ଝୁମ୍ପୁଡି ଘରେ ଲୁଚି ଛପି ପୂଜା କରୁଥିବା ଜଣାପଡିଛି । ସେମିତି ଏକ ରାତିରେ ଲୁଚି ପୂଜା କରୁଥିବା ବେଳେ ନିଜକୁ ଆତ୍ମବଳି ଦେଇଛନ୍ତି । ତା ସହିତ ନିକଟରେ ଏକ ସୁଇସାଇଡ ନୋଟ ଛାଡିଯାଇଛନ୍ତି । ଏହି କାଣ୍ଡ ଘଟାଇବା ପୂର୍ବରୁ ଦମ୍ପତି ନିଜ ପିଲାମାନଙ୍କୁ ବାହାର ସମ୍ପର୍କୀୟଙ୍କ ଘରକୁ ଛାଡି ଦେଇଛନ୍ତି ।

ଘଟଣା ଅନୁସାରେ ରାଜକୋଟର ଏହି ଦମ୍ପତି ଅଗ୍ନିକୁଣ୍ଡ ପାଖରେ ପୂଜା କରିବା ସହିତ ଏକ ସୂତାରେ ଟାଣି ଗିଲୋଟିନ ପ୍ରସ୍ତୁତ କରି ରଖିଥିଲେ । ପରେ ପୂଜା କରୁଥିବା ସମୟରେ ଉଭୟଙ୍କ ବେକ କଟିଥିଲା । ଘଟଣା ସ୍ଥରେ ପୁଲିସ ପହଂଚି ଛାନ୍ ଭିନ୍ ଆରମ୍ଭ କରିଥିବା ବେଳେ ସୁଇସଇଡ ନୋଟ ଜବତ କରିଛି । ଯେଉଁଥିରେ ମହାଦେବଙ୍କ ଉଦ୍ଦେଶ୍ୟରେ କିଛି ଲେଖାଥିବା ବେଳେ ମୃତ୍ୟୁ ପରେ ତାଙ୍କ ପରିବାରକୁ ଯେଭଳି କିଛି ହଇରାଣ ନକରିବାକୁ ଅନୁରୋଧ କରିଛନ୍ତି । ପୁଲିସ ଏହି ହାତ ଲେଖା ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି ।