ବିନା ଡେବ୍ୟୁରେ ମ୍ୟାଚ ହିରୋ! ୩ ଶିକାର କରି ଇତିହାସ ରଚିଲେ ଏହି ଖେଳାଳି

1,356

କନକ ବ୍ୟୁରୋ: କାନପୁର ଟେଷ୍ଟର ତୃତୀୟ ଦିନରେ କାନ୍ଧରେ ଆଘାତ କାରଣରୁ ମୈଦାନକୁ ଓହ୍ଲାଇ ପାରିନଥିଲେ ୱିକେଟ କିପର ରିଦ୍ଧିମାନ ଶାହା । ତାଙ୍କ ବଦଳରେ ବିକଳ୍ପ ଖେଳାଳି ଭାବେ କେଏସ ଭାରତ ୱିକେଟ କିପର ରହିଥିଲେ । ହେଲେ ଏହି ମ୍ୟାଚରେ ଚମତ୍କାର ୱିକେଟ କିପିଂ କରି ସମସ୍ତଙ୍କ ମନ ଜିଣିଥିଲେ ଭାରତ । ପ୍ରଥମ ଇନିଂସରେ ଭାରତ ଦୁଇଟି କ୍ୟାଚ ଧରି ଥିବା ବେଳେ ଗୋଟିଏ ଷ୍ଟମ୍ପ ଆଉଟ କରିଥିଲେ ।

ନ୍ୟୁଜିଲାଣ୍ଡ ପକ୍ଷରୁ ଟମ ଲାଥମ ଓ ୱିଲ ୟଙ୍ଗ ଦମଦାର ଆରମ୍ଭ କରିଥିଲେ । ଏହି ଯୋଡିକୁ ଭାଙ୍ଗିବା ଭାରତୀୟ ବୋଲରଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲା । ହେଲେ ୟଙ୍ଗ ୮୯ ରନ କରିଥିବା ବେଳେ ଅଶ୍ୱିନୀଙ୍କ ଏକ ବଲରେ ୱିକେଟ କିପର ହାତରେ କ୍ୟାଚ ହୋଇଥିଲେ । ହେଲେ ଅମ୍ପାୟର ତାଙ୍କୁ ନଟଆଉଟ ଦେଇଥିଲେ । ହେଲେ ଭାରତ ଡିଆରଏସ ପାଇଁ ଅପିଲ କରିଥିଲେ । ଯେଉଁଥିରେ ୟଙ୍ଗ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ ।

ଏହାପରେ ରସ ଟେଲର ଓ ଲାଥମଙ୍କୁ ମଧ୍ୟ ପାଭିଲିୟନ ଫେରାଇବାରେ ସଫଳ ହୋଇଥିଲେ ଭାରତ । ନ୍ୟୁଜିଲାଣ୍ଡର ଏହି ୩ ଷ୍ଟାର ବ୍ୟାଟ୍ସମ୍ୟାନଙ୍କ କ୍ୟାଚ ଓ ଷ୍ଟପିଂ କରି ଭାରତ ତାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ଭାରତ କିନ୍ତୁ ଏହି ମ୍ୟାଚରେ ଡେବ୍ୟୁ କରିନଥିଲେ । ସେ କେବଳ ୱିକେଟ କିପର ରହିଥିଲେ ।

ଭାରତଙ୍କ ଏଭଳି ୱିକେଟ କିପିଂ ପାଇଁ ତାଙ୍କୁ ଭିଭିଏସ ଲକ୍ଷ୍ମଣ ମଧ୍ୟ ଟ୍ୱିଟ କରି ପ୍ରଶଂସା କରିଥିଲେ । ସେ ଲେଖିଥିଲେ, ଭାରତଙ୍କ ଏଭଳି ୱିକେଟ କିପିଂରେ ମୁଁ ବହୁତ ଖୁସି ଅଛି । ସେ ବହୁତ ଚମତ୍କାର ୱିକେଟ କିପିଂ କରୁଛନ୍ତି । ଏହାସହ ତାଙ୍କ ଫୁଟ ୱାର୍କ ମଧ୍ୟ ଭଲ ଅଛି । ନିଶ୍ଚିତ ଭାବେ ତାଙ୍କ ଭବିଷ୍ୟତ ଉଜ୍ଜଳ ଅଛି ।