କନକ ବୁରୋ : କୋଟିଆ ମାଟିରୁ ଆନ୍ଧ୍ରପ୍ରଦେଶକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚେତାବନୀ । କୋଟିଆ ଓଡିଶାର, ଆନ୍ଧ୍ରର ନୁହେଁ କହି, ଉତ୍କଳ ଦିବସରେ ଚେତାବନୀ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥି ସହ ଆନ୍ଧ୍ର ପୋଲିସ ଗୋବ୍ୟାକର ନାରା ଦେଇଛନ୍ତି ଧର୍ମେନ୍ଦ୍ର । ଦିନିକିଆ କୋଟିଆ ଗସ୍ତରେ ଯାଇ ସେଠାରେ ଉତ୍କଳ ଦିବସ ପାଳନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରେ ଦୀର୍ଘ ଦିନରୁ ବିବାଦ ଲାଗି ରହିଥିବା କୋଟିଆରେ ପହଞ୍ଚି ସିଧାସଳଖ ଚେତାବନୀ ଦେଇଛନ୍ତି ।

Advertisment

ଏଥିସହ ସୀମା ବିବାଦ ଉପରେ ଓ ଅନ୍ୟାନ୍ୟ ବିଷୟରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସାଙ୍ଗରେ ୬ ଜଣିଆ ବିଜେପି ବିଧାୟକ ମଧ୍ୟ ରହିଛନ୍ତି । କୋଟିଆରୁ କାର୍ଯ୍ୟକ୍ରମ ସାରି ସୁନାବେଡ଼ା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ । କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ସହିତ ନୂତନ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ କାର୍ଯ୍ୟକ୍ରମ ସାରି କୋରାପୁଟ ସର୍କିଟ ହାଉସ ଯିବେ । ସେଠାରେ କିଛି ସମୟ ରହିବା ପରେ ସଂଧ୍ୟାରେ ବିଶାଖାପାଟଣାମ୍ ଯିବାର କାର୍ଯ୍ୟକ୍ରମ ରହିଛି ।