ନିର୍ବାଚନ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା ଆନ୍ଧ୍ର : ଓଡିଶା ଦାବି କରୁଥିବା ୩ଗାଁ ଆରକୁ ଲୋକସଭା କ୍ଷେତ୍ରରେ ଆସୁଛି

୨୦୦୬ ଓ ୨୦୧୩ରେ ହୋଇଥିଲା ନିର୍ବାଚନ

108

କନକ ବ୍ୟୁରୋ : କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଓଡିଶା ପକ୍ଷରୁ ହୋଇଥିବା ଆବେଦନର ଜବାବରେ ଦାଖଲ କରିଛି ଆନ୍ଧ୍ର । ବିଜୟନଗରମ ଜିଲ୍ଲାପାଳ ଏହି ସତ୍ୟପାଠ ଦାଖଲ କରିଛନ୍ତି ।

ସତ୍ୟପାଠରେ କୁହାଯାଇଛି, ଓଡିଶା ଦାବି କରୁଥିବା ୩ଗାଁ ଗଂଜେଇବାଦରା, ପାଟୁଚିନ୍ନାଉରୁ , ଫଲଗୁଚିନ୍ନାଉରୁ ଆନ୍ଧ୍ରପ୍ରଦେଶର ଆରକୁ ଲୋକସଭା ଓ ସାଲୁର ବିଧାନସଭା କ୍ଷେତ୍ରରେ ଆସୁଛି । ଏପରିକି ଏହି ତିନି ଗାଁରେ ୨୦୦୬ ଓ ୨୦୧୩ରେ ପଂଚାୟତ ନିର୍ବାଚନ ହୋଇଥିଲା । ସେ ସମୟର ଭୋଟର ତାଲିକା, ଜିତିଥିବା ପ୍ରାର୍ଥୀଙ୍କ ନାଁ କରିଥିବା ଜଣାପଡିଛି ।

ସେହିପରି ୨୦୧୪ ହୋଇଥିବା ସଂସଦ ଓ ବିଧାନସଭା ନିର୍ବାଚନରେ ଏହି ସବୁ ଗ୍ରାମରେ ଥିବା ଭୋଟରଙ୍କ ତାଲିକା କୋର୍ଟରେ ଦେଇଛି । ଏଥିସହ ପଂଚାୟତ ଦ୍ୱାରା ଲୋକମାନଙ୍କୁ ଦିଆଯାଉଥିବା ସୁବିଧା ଦିଆଯାଉଛି । ୧୯୬୮ ଓ ୨୦୦୬ରେ ଏହି ଅଂଚଳରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ଆନ୍ଧ୍ର କାର୍ଯ୍ୟ କରୁଛି । ସେତେବେଳେ ଏହି ଅଂଚଳ ଆନ୍ଧ୍ରରେ ଥିଲା ଓ ଏବେ ବି ରହିଛି ।