କୋଟିଆ ପ୍ରସଙ୍ଗରେ କାଦୁଅ ଫୋପଡା ଫୋପଡି : ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ; କହିଲେ, ସୀମାନ୍ତ ଗାଁକୁ ନେଇଯିବାକୁ ବସିଛି ଆନ୍ଧ୍ର

ଚୁପ ବସିଛନ୍ତି ସରକାର; ରାଜସ୍ୱ ମନ୍ତ୍ରୀ କହିଲେ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ମାମଲା, କେହି ନେଇପାରିବେନି କୋଟିଆ

99

କନକ ବ୍ୟୁରୋ : କୋଟିଆ  କଳିକୁ ନେଇ ଦେଶର  ସର୍ବୋଚ୍ଚ ନ୍ୟାୟଳୟ ସୁପ୍ରିମକୋର୍ଟଙ୍କ ଉପରେ ନଜର ରହିଥିଲା । ଓଡିଶା ପକ୍ଷରୁ ହୋଇଥିବା ଅଦାଲତ ଅବମାନନା ସଂପର୍କିତ ରିଟ ପିଟିସନର ଆଜି ଶୁଣାଣୀ ହୋଇଛି । ଆବେଦନର ଶୁଣାଣୀ କରି ସୁପ୍ରିମକୋର୍ଟ ଓଡିଶାକୁ ୪ ସପ୍ତାହର ମହଲତ ଦେଇଛନ୍ତି ।  ଏହି ସମୟ ମଧ୍ୟରେ ଓଡିଶା ପ୍ରତି ଜବାବ ଦାଖଲ କରିବ । କାରଣ, ପୂର୍ବରୁ ୫୦ ପୃଷ୍ଟାର ସତ୍ୟପାଠ ଦାଖଲ କରି କୋଟିଆର ୩ଟି ଗାଁ ନିଜର ବୋଲି ଦର୍ଶାଇଥିଲା ଆନ୍ଧ୍ର ।

ପଡୋଶୀର ଏଭଳି ଅଭିଯୋଗକୁ କୋର୍ଟରେ କାଉଂଟର କରିଛି ଓଡିଶା । ୨୦୧୧ ଜନଗଣନା ରିପୋର୍ଟ ଏବଂ ୨୦୧୪ ଓ ୨୦୧୯ ନିର୍ବାଚନ ସଂପର୍କିିତ ତଥ୍ୟ ଉପସ୍ଥାପନ କରି ଆନ୍ଧ୍ରର ଦାବିକୁ ଖଣ୍ଡନ କରାଯାଇଛି । ତେବେ ଆନ୍ଧ୍ର ପକ୍ଷରୁ ହୋଇଥିବା ଦାବିକୁ କାଉଂଟର କରିବା ପାଇଁ ଓଡିଶାକୁ ଦସ୍ତାବିଜ ଦାଖଲ କରିବା ପାଇଁ କହିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ ।

ସେପଟେ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ପ୍ରଶାସନକୁ ସଜାଗ କରି କୋର୍ଟରେ ତଥ୍ୟ ରଖନ୍ତୁ । ଯଦି ସୀମାନ୍ତ ଅଂଚଳକୁ ସୁରକ୍ଷା ଦେଇନପାରିଲେ ରାଜ୍ୟବାସୀ କ୍ଷମା ଦେବେନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।  ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କରିଛନ୍ତି । କୋଟିଆ ମାମଲା ସୁପ୍ରିମକୋର୍ଟରେ ରହିଛି । ଓଡିଶା ନ୍ୟାୟ ପାଇବ ବୋଲି ଆଶା କରାଯାଉଥିବା ସାଲୁଜା କହିଛନ୍ତି ।