ଅଦା ବସ୍ତା ଭିତରେ ଗଞ୍ଜେଇ ଚୋରା ଚାଲାଣ । ପୋଲିସ ଆଖିରେ ଧୁଳି ଦେବା ପାଇଁ ଅଭିନବ ଉପାୟ ଅବଲମ୍ବନ 

122

କନକ ବ୍ୟୁରୋ : ଅଦା ବସ୍ତା ଭିତରେ ଗଞ୍ଜେଇ ଚୋରାଚାଲାଣ । ପୋଲିସ ଆଖିରେ ଧୁଳି ଦେଇ ନିଶା ଦ୍ରବ୍ୟ କାରବାର ପାଇଁ ଏହିଭଳି ଅଭିନୟ ଉପାୟ ବାହାର କରିଛନ୍ତି ଗଞ୍ଜେଇ ମାଫିଆ । କୋରାପୁଟ ଲମତାପୁଟରୁ ଉତରପ୍ରଦେଶକୁ ଏହିଭଳି ଚୋରାଚାଲାଣ ହେଉଥିଲା ବସ୍ତାବସ୍ତା ଗଞ୍ଜେଇ । ଅଦାବସ୍ତା ଭିତରେ ଗଞ୍ଜେଇ ବସ୍ତା ରଖି ଚାଲାଣ ହେଉଥିବା ବେଳେ ଖବର ପାଇ ଚଢାଉ କରିଥିଲା ପୋଲିସ । ଏକ ୧୨ ଚକିଆ ଟ୍ରକରେ ଚାଲାଣ ବେଳେ ବହୁ ପରିମାଣରେ ଗଞ୍ଜେଇ ଧରାପଡିଛି ।

ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢିବାରେ ଲାଗିଛି । ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି ଗଞ୍ଜେଇ ଚାଲାଣ କରାଯାଉଛି । ପୂର୍ବରୁ ବୋଲେରୋ, ଅଟୋ, ଜିପ ସିଟ ଭିତରେ ଚାଲାଣ ହେବାର ଖବର ସାମ୍ନାକୁ ଆସିଥିଲା । ଆଉ ଏବେ ଅଦା ବସ୍ତା ଭିତରେ ଗଞ୍ଜେଇ ଚୋରାଚାଲାଣ କରାଯାଉଛି । ଜରି ଅଖାର ଗୋଟେ ପଟେ ଅଦା ଓ ଅନ୍ୟପଟେ ଗଞ୍ଜେଇ । ଗୋଟେ ଗୋଟେ ପ୍ୟାକେଟ୍ ୨୫କେଜି ପାଖାପାଖି ହେବ । ଏଭଳି ସିଲ କରାଯାଇଛି ବାସ୍ନା ଯେପରିକି ପଦାକୁ ଆସିବ ନାହିଁ । ସେହିଭଳି ସିଲ୍ କରାଯାଇ ଅଦା ବସ୍ତା ଭିତରେ ରଖି ଅଭିନବ ଉପାୟରେ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା ।