ବାହାଘର ପ୍ରସେସନ ଉପରେ ପୋଲିସର ଚଢାଉ : କରୋନା କଟକଣା ଉଲ୍ଲଂଘନ କରି ଚାଲିଥିଲା ବାହାଘର ପ୍ରସେସନ 

306

କନକ ବ୍ୟୁରୋ : ବାହାଘର ପ୍ରସେସନ ବେଳେ ପହଂଚିଲା ପୋଲିସ । କରୋନା କଟକଣାକୁ ଉଲ୍ଲଂଘନ କରି ବାହାଘର ପ୍ରସେସନ ଚାଲିଥିବା ବେଳେ ପୋଲିସ ଚଢାଉ କରିଛି । କୋରାପୁଟ ଜିଲ୍ଲା ଚାରଗାଁରେ ଗତକାଲି କୋଭିଡ଼ ନୀୟମକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୌଣସି ସୁତ୍ରରୁ ଖବର ପାଇ ବୋରିଗୁମା ଥାନା ଅଧିକାରୀ ସଂଜୟ ମଣ୍ଡଳ ଏବଂ ତାଙ୍କର ଏକ ଟିମ୍ ସହ ଚଢଉ କରିଥିଲେ । ପୋଲିସକୁ ଦେଖି ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ । ବିବାହ କାର୍ଯ୍ୟକ୍ରମକୁ ବନ୍ଦ କରି ୧୦ହଜାର ଟଙ୍କା ଫାଇନ ଆଦାୟ କରିଛି ପୋଲିସ ।