ବିପୁଳ ପରିମାଣରେ ବିସ୍ଫୋରକ ଜବତ : ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ଯବାନ

କମ୍ବିଂ ଅପରେସନକୁ ଯାଇଥିବା ବେଳେ କୋରାପୁଟ ପିଣ୍ଡାପଦର ଜଙ୍ଗଲରୁ ବିସ୍ଫୋରକ ଜବତ କଲେ ବିଏସଏଫ ଯବାନ

114

କନକ ବ୍ୟୁରୋ : କୋରାପୁଟ ପିଣ୍ଡାପଦର ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ । ବଡ଼ ଧରଣ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଯବାନ । କମ୍ବିଂ ଅପରେସନକୁ ଯାଇଥିବା ବେଳେ ବିଏସଏଫ ଦ୍ୱାରା ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ । ତେନ୍ତୁଳିପଦର ସ୍ଥିତ ୧୫୫ ବାଟାଲିୟନ ବିଏସଫର ଏକ ଟିମ୍ କମ୍ବିଂ ଅପରେସନ ଯାଇଥିବା ବେଳେ ବିସ୍ଫୋରକ ଜବତ କରିଛନ୍ତି । ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ବିସ୍ଫୋରକ ରଖିଥିବା ସନ୍ଦେହ କରାଯାଉଛି । ୬୦ଟି ଜିଲେଟିନ, ୫୦ଟି ଇଲେକଟ୍ରି ଡିଟୋନେଟର, ୩୦ଟି ଆଇରନବପେଲେଟ, ୫ଟି ବିଦ୍ୟୁତ ବଣ୍ଡେଲ ତାର, ୨ ଦଶମିକ ୫ କେଜି ଗନ ପାଉଟର ଜବତ କରାଯାଇଛି ।