କୋରାପୁଟ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ହଟସ୍ପଟ ଜିଲ୍ଲା ମନା : ଯାଇଥିଲେ ସଙ୍ଗରୋଧରେ ରହିବେ ୧୪ ଦିନ, ଯାତାୟତ ରୋକିବାକୁ ୨ଟି ସ୍ଥାନରେ ହେବ ଚେକ ପଂଏଟ; ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ

111

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରୁ କରୋନା ହଟସ୍ପଟ୍ ଜିଲ୍ଲାକୁ ସରକାରୀ କର୍ମଚାରୀଙ୍କୁ ଯିବା ମନା । ଏନେଇ କଟକଣା ଜାରି କରିଛନ୍ତି କୋରାପୁଟ ଜିଲ୍ଲାପାଳ । ଅତି ଜରୁରୀ ନଥିଲେ ଯିବାକୁ ମନା କରାଯାଇଛି । ଯଦି ଯାଇଥିବେ ତେବେ ଫେରିଲା ପରେ ରହିବେ ୧୪ ଦିନିଆ ସଂଗରୋଧରେ । ସେହିପରି ଜିଲ୍ଲାକୁ ବାହାର ଜିଲ୍ଲାର ଲୋକଙ୍କ ଯିବା ଆସିବା ଉପରେ ରୋକ୍ ଲଗାଇବାକୁ ଜିଲ୍ଲାର ଲକ୍ଷ୍ମୀପୁର ଓ ପଟାଙ୍ଗିରେ ୨ଟି ଚେକିଂ ପଏଂଟ କରାଯାଇଛି । ଏହି ନିୟମ ଭାଙ୍ଗିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।

ହଟସ୍ପଟ୍ ଜିଲ୍ଲାରୁ କୋରାପୁଟକୁ ସଂକ୍ରମଣ ବ୍ୟାପୁଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜିଲ୍ଲାପାଳ । ଗତ ୪୮ ଘଂଟାରେ ଅଧିକ ସଂଖ୍ୟାରେ ସରକାରୀ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ଜିଲ୍ଲା ପ୍ରଶାସନ ମଧ୍ୟ ଚିନ୍ତାରେ ପଡିଛି ।

Comments are closed.