କଂଟେନମେଂଟ ଜୋନରେ ଦଶମନ୍ତପୁର: ବ୍ଲକର ୨୨ ବର୍ଷୀୟ ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ; ସଂକ୍ରମିତ ଚିହ୍ନଟ ପରେ ସଂପୃକ୍ତ ଅଂଚଳର ସମସ୍ତ ରାସ୍ତାକୁ ସିଲ୍ କଲା ପ୍ରଶାସନ

561

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ପ୍ରଥମ ଥର ଲାଗି ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭି । ଦଶମନ୍ତପୁର ବ୍ଲକର ପୋଡାଗଡରେ ଜଣେ ୨୨ ବର୍ଷିୟ ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ବ୍ଲକ ପୋଡାଗଡ ଅଚଂଳର ୩ କିଲୋମିଟର ପରିଧିକୁ କଂଟେନମେଂଟ ଅଂଚଳ ଘୋଷଣା କରାଯାଇଛି । ୪୮ ଘଂଟା ପାଇଁ ଏହି କଟକଣା ଲାଗୁ ହେବ । ସଂପୃକ୍ତ ଅଂଚଳରେ ଆବଶ୍ୟକ ସାମଗ୍ରୀ ଜିଲ୍ଲା ପ୍ରଶାସନ ଯୋଗଇବ ବୋଲି ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲପାଳ ।

ସେହିପରି ୭ କିମି ପରିଧି ପର୍ଯ୍ୟନ୍ତ ବଫର ଜୋନ ଭାବେ ଘୋଷଣା କରିଛି ପ୍ରଶାସନ। ଏହା ୪୮ ଘଣ୍ଟା ପର୍ଯ୍ୟନ୍ତ ଲାଗୁ ରହିବ। ଏଥିନେଇ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ଯେ, ଆଜି ପୋଡାଗଡର ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ବୋଲି ଚିହ୍ନଟ ହେବା ପରେ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ସଂକ୍ରମିତ ଜଣଙ୍କ ପଶ୍ଚିମବଙ୍ଗରୁ ଫେରିଥିବାରୁ ତାଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଏହି ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ତାଙ୍କ ସହ ଆସିଥିବା ଲୋକଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏବେ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ସବୁ ଲୋକଙ୍କୁ ଚିହ୍ନଟ କରାଯାଇ ସଙ୍ଗରୋଧରେ ରଖାଯିବ। ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। ଏଥିସହ ବିଭିନ୍ନ ଲୋକଙ୍କର ନମୁନା ସଂଗ୍ରହ କରାଯିବ। ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶ ମିଳିବା ପରେ ତାଙ୍କୁ କେଉଁ ଡାକ୍ତରଖାନାକୁ ପଠାଯିବ ତାହା ନିଷ୍ପତ୍ତି ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

ବାଲେଶ୍ୱର ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଁଚିଛି । ବାହାନଗା ବ୍ଳକ ବିଷ୍ଣୁପୁର ଅଂଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଷ୍ଣୁପୁର ଓ ଦେବେନ୍ଦ୍ରପୁର ଗାଁକୁ ସଂଯୋଗ କରୁଥିବା ୧୨ଟି ରାସ୍ତାକୁ ସିଲ୍ କରାଯାଇଛି । ଏହି ଦୁଇଟି ଗାଁକୁ ୭ ଦିନ ପାଇଁ ଅବରୋଧ ଅଂଚଳ ବା କଂଟେନ୍ମେଂଟ୍ ଜୋନ୍ ଭାବେ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ବାହାନଗା ବ୍ଳକ ବିଷ୍ଣୁପୁର ଅଂଚଳରୁ ଗତକାଲି ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ବୟସ ୩୨ ବର୍ଷ । ସେ ଗତ ୨୦ ତାରିଖରେ ସାଇକେଲ ଯୋଗେ କୋଲକାତାକୁ ଆସି ବିଷ୍ଣୁପୁରରେ ପହଁଚିଥିଲେ । ବିଷ୍ଣୁପୁର ବାତ୍ୟା ଆଶ୍ରୟସ୍ଥଳୀରେ ହୋଇଥିବା ସରକାରଙ୍କ କ୍ୱାରେଂଟିନ୍ ସେଂଟରରେ ରହିଥିଲେ । ଯୁବକଙ୍କ ଠାରେ ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ କଟକ ସ୍ଥିତ ଅଶ୍ୱିନୀ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।