କୋରାପୁଟ : ଅପହରଣର ୨ଦିନ ପରେ କୂଅରୁ ମିଳିଲା ୪ବର୍ଷ ଶିଶୁ କନ୍ୟାର ଶବ

35

କନକ ବ୍ୟୁରୋ : ଅପହରଣର ୨ଦିନ ପରେ କୂଅରୁ ମିଳିଲା ୪ବର୍ଷ ଶିଶୁ କନ୍ୟାର ଶବ । କୋରାପୁଟ ଜିଲ୍ଲା ଦାମନଯୋଡି କୁଡୁମଲ ଗାଁର ୪ବର୍ଷର ଶିଶୁ କନ୍ୟା ଶଶିଲାର ଅପହରଣ ପରେ କୁଶୁମପଦର ଗାଁରୁ ତାର ଶବ ଉଦ୍ଧାର କରାଯାଇଛି । ଶିଶୁ କନ୍ୟାର ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ ବାମ ହାତରେ ୨ଟି କଟା ଚିହ୍ନ ଥିବା ଦେଖିବାକୁ ମିଳିଛି । ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିଛି ।

ତେବେ କିଏ, କାହିଁକି ଏହି କାଣ୍ଡ ଭିଆଇଛି ସେ ନେଇ ଅଧିକ ଖୋଳତାଡ କରୁଛି ପୁଲିସ । ଶନିବାର ଭୋରରୁ ଶଶିଲା ତାଙ୍କ ମାଙ୍କ ସହ ପଡିଆକୁ ଯାଇଥିବାବେଳେ ୩ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ତାଙ୍କୁ ମାଡ ମାରିବା ସହ ଶିଶୁ କନ୍ୟାକୁ ଅପହରଣ କରି ନେଇଯାଇଥିଲେ ବୋଲି ତାଙ୍କ ପରିବାର ଅଭିଯୋଗ କରିଛନ୍ତି । ଏନେଇ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ତେବେ ଶିଶୁ କନ୍ୟାର ମୃତଦେହ ମିଳିବା ପରେ ଘଟଣାକୁ ନେଇ ରହସ୍ୟ ଆହୁରୀ ବଢିଯାଇଛି ।