ମହିଳାଙ୍କୁ ମିଳିଲା ପୁନଃଜନ୍ମ ! ୪୦ କିଲୋମିଟର କାନ୍ଧରେ ବୋହି ବୋହି ମେଡିକାଲରେ ପହଞ୍ଚାଇଲେ ଯବାନ, ବଞ୍ଚିଗଲା ଜୀବନ ।

20

ରାଜ୍ୟରେ ଲଗାଣ ବର୍ଷା ହେଉଥିବା କାରଣରୁ ରାସ୍ତାଘାଟରେ ପାଣି ଜମା ହୋଇ ରହୁଛି । ଅନେକ ଗାଁରେ ଶଡକ ଗୁଡିକ ମୂଖ୍ୟ ରାଜପଥ ଠାରୁ ଏକପ୍ରକାର ବିଛିନ୍ନ ହୋଇଯାଇ । ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହେଉଛି । ରୋଗୀ ମାନେ ଚିକିତ୍ସା ପାଇଁ ମେଡିକାଲରେ ପହଞ୍ଚି ପାରୁ ନାହାଁନ୍ତି । ଏହି ଭଳି ପରିସ୍ଥିତିରେ ଛତିଶଗଡର କୋଡା ଅଞ୍ଚଳରେ ଲୋକମାନଙ୍କ ସାହାରା ପାଲଟିଛନ୍ତି ଯବାନ । ପ୍ରଶୁତିର ଆଠଦିନ ପରେ ଘରେ ରୋଗରେ ଛଟପଟ ହେଉଥିବା ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ଯବାନ ।

ଛତିଶଗଡର ନକ୍ସଲ ପ୍ରଭାବିତ ଜିଲ୍ଲା କୋଡା ଗ୍ରାମରେ ପୁନର୍ବାର ଆଟିବିପି ଯବାନ ମାନେ ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି । କୋଡା ଗ୍ରାମରେ ବାସ କରୁଥିବା ସୋବାନୀ ଯାଦବଙ୍କ ଗତ ଆଠ ଦିନ ପୂର୍ବରୁ ପ୍ରଶୁତି କରାଯାଇଥିଲା । ପ୍ରଶୁତିର ଆଠଦିନ ପରେ ସୋବାନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା । ଘର ଠାରୁ ଡାକ୍ତର ଖାନା ୪୦ କିଲୋମିଟର ଦୁରରେ ଅବସ୍ଥିତ ହୋଇଥିବାରୁ ସେଠାରେ ପହଞ୍ଚିବା ପାଇଁ ଗାଡିର ଆବଶ୍ୟକ ପଡିଥିଲା । କିନ୍ତୁ ବର୍ଷା କାରଣରୁ ଗାଁର ରାସ୍ତା ରାଜପଥ ଠାରୁ ବିଛିନ୍ନ ହୋଇଯାଇଥିଲା । କୌଣସି ସୁବିଧା ମିଳିବାର ଆଶଂକା ମଧ୍ୟ ନଥିଲା । ଠିକ ସେହି ସମୟରେ ସେଠାରେ ସ୍ଥାପିତ ଆଇଟିବିପି ୪୧ତମ ବ୍ୟାଟେଲିୟନକୁ ଏହି ଘଟଣା ସମ୍ପର୍କରେ ଖବର ମିଳିଥିଲା । ଘଟଣାର ଖବର ମିଳିବା ପରେ ଯବାନ ମାନେ ତିଳେ ମାତ୍ର ଡେରି ନକରି ମହିଳାଙ୍କୁ ବଞ୍ଚାଇବା ପାଇଁ ବାହାରି ପଡିଥିଲେ । ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇପଡିଥିବାରୁ ତୁରନ୍ତ ମେଡିକାଲ ସହାୟତା ଜରୁରୀ ହୋଇପଡିଥିଲା ।

ଆଇଟିବିପି କମାଣ୍ଡୋ ଦ୍ୱୀପକ ଭଟ୍ଟୁଙ୍କ ନେତୃତ୍ୱରେ ମହିଳାଙ୍କୁ ବଞ୍ଚାଇବା ଅଭିଯାନ ଆରମ୍ଭ ହୋଇଥିଲା । ମହିଳାଙ୍କୁ ଷ୍ଟ୍ରେଚର ଉପରେ ସୁରକ୍ଷା ପୂର୍ବକ ସୁଆଇ କନ୍ଧରେ ବୋହି ବୋହି ୪୦ କିଲୋମିଟର ଦୁରରେ ଥିବା ମେଡିକାଲକୁ ନେଇଯାଇଥିଲେ । ବର୍ଷା କାରଣରୁ ରାସ୍ତାରେ ଅନେକ ଖାଲ ଏବଂ କାଦୁଅ ଜମା ହୋଇ ରହିଥିଲା । କିନ୍ତୁ ଯବାନ ମାନେ ଏସବୁ ବାଧା ବିଘ୍ନକୁ ଖାତିର ନକରି ମହିଳାଙ୍କୁ ମେଡିକାଲ ପହଞ୍ଚାଇଥିଲେ । ଡାକ୍ତରଙ୍କ କହିବା ଅନୁସାରେ ସୋବାନୀ ଏବେ ସମ୍ପୁର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ଆଇଟିବିପି ଯବାନ ମାନଙ୍କ ଏପରି ଦୁଃସାହସିକ କାର୍ଯ୍ୟ ପାଇଁ ଗାଁ ଲୋକେ ଘୁରି ଘୁରି ପ୍ରଶଂନ୍ସା କରିଛନ୍ତି ।