କୋଣାର୍କରେ ଲାଗୁ ହେଲା ବର୍ଦ୍ଧିତ ପ୍ରବେଶ ଶୁଳ୍କ

31

କୋଣାର୍କ: ଆଜିଠାରୁ କୋଣାର୍କରେ ଲାଗୁ ହେଲା ବର୍ଦ୍ଧିତ ପ୍ରବେଶ ଶୁଳ୍କ । ଏଣିକି ଭିତରକୁ ଯିବା ଲାଗି ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ଅଧିକ ଫି । ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ଶୁଳ୍କ ୩୦ ଟଂକା ରଖାଯାଇଛି । ସେହିପରି ବିଦେଶୀଙ୍କ ପାଇଁ ୫ ଶହ ଟଂକା ରଖାଯାଇଛି । ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ୧୦ ଟଂକା ଓ ବିଦେଶୀ ନାଗରିକଙ୍କ ପାଇଁ ୨ଶହ ୫୦ ଟଂକା ଥିଲା । ଶନିବାର ସ୍ଥାନୀୟ ଅଂଚଳର ଲୋକଙ୍କ ପାଇଁ ଫି ସମ୍ପୂର୍ଣ୍ଣ ଛାଡ କରାଯାଇଛି । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗତକାଲି ନିଷ୍ପତି ହୋଇଛି ।

ବୈଠକରେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଏଏସଆଇ ପ୍ରତିନିଧି, କୋଣାର୍କ ସୁରକ୍ଷା ସମିତି ସଦସ୍ୟ ସାମିଲ ହୋଇଥିଲେ । ବର୍ଦ୍ଧିତ ଫିରେ କୋଣାର୍କ ମନ୍ଦିରର  ଉନ୍ନତିକରଣ କରାଯିବ । ବର୍ଦ୍ଧିତ ଶୁଳ୍କକୁ ବିରୋଧ କରି ଧର୍ମଘଟକୁ ଓହ୍ଲାଇଥିଲା କୋଣାର୍କ ସୁରକ୍ଷା ସମିତି । କୋଣାର୍କ ସୂର୍ଯ୍ୟମନ୍ଦିରରେ ତାଲା ପକାଇ ସମିତି ବିରୋଧ କରିଥିଲା । ପରେ ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାୟୀ ଏକ ମାସ ଯାଏଁ ବର୍ଦ୍ଧିତ ଫି ନିଷ୍ପତିକୁ ବନ୍ଦ ରଖାଯାଇଥିଲା । ଗତକାଲି କୋଣାର୍କ ସୁରକ୍ଷା ମଂଚ ସଦସ୍ୟଙ୍କ ସହ ଆଲୋଚନା ପରେ ଆଜିଠୁ ଲାଗୁ ହେବ ବର୍ଦ୍ଧିତ ଶୁଳ୍କ ।