କୋଭିଡ କଟକଣା ମଧ୍ୟରେ ଆଜିଠାରୁ କୋଣାର୍କ ମହୋତ୍ସବ: ୫ ଦିନ ଧରି ଚାଲିବାକୁ ଥିବା ମହୋତ୍ସବରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଜରୁରୀ
ସଜେଇ ହୋଇଛି ଅର୍କକ୍ଷେତ୍ର
କନକ ବ୍ୟୁରୋ: ଆଜିଠୁ କୋଣାର୍କ ମହୋତ୍ସବ । ରଙ୍ଗୀନ ଅଲୋକ ମାଳାରେ ନବବଧୁ ପରି ସଜେଇ ହୋଇଛି ଅର୍କକ୍ଷେତ୍ର କୋଣାର୍କ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ୩୧ ତମ କୋଣାର୍କ ମହୋତ୍ସବ ଆଜିଠୁ ପାଂଚ ଦିନ ଧରି ଅନୁଷ୍ଠିତ ହେବ । ଏହା ସହିତ ଆଜି ଠାରୁ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ ଅନୁଷ୍ଠିତ ହେଉଛି । ଯାହାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ଓଡ଼ିଶା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ କରୋନା କଟକଣାକୁ ମାନି ଅନୁଷ୍ଠିତ ହେଉଛି ଏହି ମହୋତ୍ସବ । ସାମାଜିକ ଦୂରତା, ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସଂଧ୍ୟାରେ ନୃତ୍ୟ ଉପଭୋଗ ସହ କୋଣାର୍କ ସୂର୍ଯ୍ୟମନ୍ଦିରରୁ ୩ କିଲୋମିଟର ଦୂରରେ ଚନ୍ଦ୍ରଭାଗାର ସ୍ବର୍ଣ୍ଣିମ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଦେଖିବାକୁ ମିଳିବ। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୨୫ଟି ଷ୍ଟଲ୍ରେ ବାଲୁକା କଳା ଦେଖିବାକୁ ମିଳିବ। ଏଥିରେ ଓଡ଼ିଶା ସମେତ ରାଜସ୍ଥାନ, ତାମିଲନାଡ଼ୁ, ବିହାର ଓ ପଶ୍ଚିମବଙ୍ଗରୁ ୭୦ ଜଣ ବାଲୁକା କଳା ଶିଳ୍ପୀ ଅଂଶଗ୍ରହଣ କରି କଳା ପ୍ରଦର୍ଶନ କରିବେ। ୨୦ଜଣ ମହିଳା ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିବେ। କୋଭିଡ୍-୧୯କୁ ଦୃଷ୍ଟିରେ ରଖି ନିୟମାବଳୀକୁ କଡ଼ାକଡ଼ି ପାଳନ କରାଯିବ। ଦର୍ଶକଙ୍କ ପ୍ରବେଶ, ସାମାଜିକ ଦୂରତ୍ବ, ସାନିଟାଇଜେସନ୍ ଓ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯିବ ବୋଲି ସୂଚନା ଦିଆଯାଇଛି।