ଆଇପିଏଲରେ ବିଶ୍ୱ ରେକର୍ଡ ! ୧୦ ୱିକେଟରେ ଗୁଜୁରାଟକୁ ମାତ୍ ଦେଲା କୋଲକାତା ନାଇଟ୍ ରାଇଡର୍ସ

28

କନକ ବ୍ୟୁରୋ : ଆଇପିଏଲରେ ବିଶ୍ୱ ରେକର୍ଡ । ୧୦ ୱିକେଟରେ ଗୁଜୁରାଟକୁ ମାତ୍ ଦେଇଛି କୋଲକାତା । ଆଇପିଏଲର ତୃତୀୟ ମ୍ୟାଚରେ ଦୁଇଥରର ବିଜେତା ଗାମ୍ଭୀରଙ୍କ କୋଲକାତା ନାଇଟ୍ ରାଇଡର୍ସ ରାଇନାଙ୍କ ଗୁଜୁରାଟ ଲାୟନ୍ସକୁ ମାତ୍ ଦେଇଛି । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ରାଇନାଙ୍କ ୬୮, ଦିନେଶ କାର୍ତିକଙ୍କ ୪୭ ଏବଂ ମ୍ୟାକକୁଲମଙ୍କ ୩୫ ରନ୍ ବଳରେ ୧୮୩ ରନ୍ କରିଥିଲା । ଜବାବରେ ବିସ୍ଫୋରକ ବ୍ୟାଟିଂ କରିଥିଲେ କୋଲକାତା ଓପନର । କ୍ରିସ୍ ଲିନ୍ ୪୧ ବଲରେ ଧୂଆଁଧାର ୯୩ ରନ୍ ଏବଂ ଗାମ୍ଭୀର ୪୮ ବଲରେ ୭୬ ରନ୍ କରି କୋଲକାତାକୁ ବିଜୟୀ କରାଇଥିଲେ ।