ବଡ ମ୍ୟାଚ୍ ପୂର୍ବରୁ ରସିଦଙ୍କୁ ବ୍ୟାଟ୍ ଗିଫ୍ଟ କଲେ କୋହଲି । ଆଜି ମୈଦାନରେ ମୁହାଁମୁହିଁ ହେବେ ଉଭୟଙ୍କ ଟିମ୍ ।

80

କନକ ବ୍ୟୁରୋ : ଗୁଜୁରାଟ ବିପକ୍ଷ ମ୍ୟାଚରେ ବାଙ୍ଗାଲୋର ଟିମ୍ ପାଇଁ ଆଜି କର ବା ମର ସ୍ଥିତି । ଯଦି ବାଙ୍ଗାଲୋର ବିଜୟୀ ହେଉଛି ତେବେ ଦିଲ୍ଲୀ ଓ ମୁମ୍ବାଇ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡିବ । ଏପରିକି ମୁମ୍ବାଇ ଏହି ମ୍ୟାଚରେ ବିଜୟୀ ହେଲେ ହିଁ ବାଙ୍ଗାଲୋର ପାଇଁ ପ୍ଲେ-ଅଫ୍ ବାଟ ଫିଟିବ । ତେବେ ଏହି ବଡ ମ୍ୟାଚ୍ ପୂର୍ବରୁ ବାଙ୍ଗାଲୋର ଓ ଗୁଜୁରାଟ ଟିମର ଖେଳାଳୀ ପଡିଆରେ ଖୁବ ଝାଳ ବୁହାଇଛନ୍ତି । ଉଭୟ ଟିମର ଖେଳାଳୀ ପଡିଆରେ ମଜାମସ୍ତି କରୁଥିବାର ଦେଖିବାକୁ ମିଳିଛି । ଆଉ ଏହି ସମୟରେ ବାଙ୍ଗାଲୋରର ପୂର୍ବତନ ଅଧିନାୟକ ବିରାଟ କୋହଲି ଗୁଜୁରାଟ ଟିମର ଅଲରାଉଣ୍ଡର ରସିଦ ଖାନଙ୍କୁ ଏକ ବ୍ୟାଟ୍ ଉପହାର ଆକାରରେ ଦେଇଛନ୍ତି । ଆଉ ଏ ବାବଦରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର ଜଣାଇଛନ୍ତି ରସିଦ ଖାନ୍ ।

 

View this post on Instagram

 

A post shared by Rashid Khan (@rashid.khan19)

ଭିଡ଼ିଓ ସେୟାର କରି ରସିଦ କହିଛନ୍ତି, କୋହଲିଙ୍କ ସହ ଭେଟଘାଟ ସବୁବେଳେ ସ୍ୱତନ୍ତ୍ର । ଉପହାରରେ ବ୍ୟାଟ ଦେଇଥିବାରୁ ଧନ୍ୟବାଦ । ଏସବୁ ଭିତରେ ଗୁଜୁରାଟ ପାଇଁ ଏହି ମ୍ୟାଚ୍ ଏତେ ଗୁରୁତ୍ୱ ବହନ କରୁନାହିଁ । ତେଣୁ ପୂର୍ବ ମ୍ୟାଚ୍ ଗୁଡିକରେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିବା ଖେଳାଳୀଙ୍କୁ ଦଳ ସୁଯୋଗ ଦେଇପାରେ । ଦଳ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ପ୍ଲେ-ଅଫରେ ଏଣ୍ଟ୍ରି କରି ସାରିଛି ।