କନକ ବ୍ୟୁରୋ: ଆଜିକା ଦିନରେ ଏଟିଏମ୍ କାର୍ଡ ଅଧିକାଂଶ ଲୋକଙ୍କ ପାଖରେ ରହିବା ସ୍ୱାଭାବିକ କଥା । ଏହାର ବ୍ୟବହାର କେବଳ ଯେ ଟଙ୍କା ଉଠାଇବାକୁ ଦରକାର ପଡେ ତା ନୁହେଁ ବରଂ ଏହାଦ୍ୱାରା ଡିଜିଟାଲ ଟ୍ରାନଜାକ୍ସନ ମଧ୍ୟ ସମ୍ଭବ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏଟିଏମ କାର୍ଡ ଉପରେ ଲେଖାଥିବା ୧୬ ଡିଜିଟ୍ ଅର୍ଥ କ’ଣ?

Advertisment

ଟଙ୍କା ଉଠାଇବା ଠାରୁ ଆରମ୍ଭ କରି ଡିଜିଟାଲ ପେମେଣ୍ଟ ସବୁ ଏଟିଏମ କାର୍ଡ ଦ୍ୱାରା ସମ୍ଭବ । ଏହି କାର୍ଡ ଆପଣଙ୍କ ନାଁରେ ଇସ୍ୟୁ ହୋଇଥିଲେ ଆପଣଙ୍କୁ ଆଉ କେଉଁଠି ଟଙ୍କା ପାଇଁ ହଟହଟା ହେବାକୁ ପଡିବନି । କହିବାର ଅର୍ଥ ଯଦି ଆପଣଙ୍କ ପାଖରେ ନଗଦ ଟଙ୍କା ନାହିଁ ତାହେଲେ ଆପଣ ଏଟିଏମ କାର୍ଡ ସାହାଯ୍ୟରେ ପେମେଣ୍ଟ କରିପାରିବେ । ଏହାଦ୍ୱାରା ଆପଣ ଯେକୌଣସି ମଲ୍, ଦୋକାନରୁ ଜିନିଷ କିଣିପାରିବେ । ଆଜିକାଲି ଏଟିଏମର ବହୁଳ ବ୍ୟବହାର ହେଉଥିବାବେଳେ ଏହା ଉପରେ ଲେଖାହୋଇଥିବା ୧୬ ଡିଜିଟ୍ ନମ୍ବର ବାବଦରେ କିନ୍ତୁ ଖୁବ କମ୍ ଲୋକ ଜାଣିଥିବେ ।
ଏଟିଏମ କାର୍ଡ ଉପରେ ପ୍ରିଣ୍ଟ ହୋଇଥିବା ଏହି ୧୬ ଟିକିଆ ନମ୍ବରରେ ପଛରେ ଏପରି କିଛି ତଥ୍ୟ ରହିଛି ଯାହା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କୁ ଏହା ସମ୍ୟକ୍ ଧାରଣା ରହିବା ଉଚିତ । ଏହି ୧୬ ଡିଜିଟ୍ ନମ୍ବର ସିଧାସଳଖ ଆପଣଙ୍କ ଆକାଉଣ୍ଟ ସହ ଜଡିତ । ଏହି ନମ୍ବର ଆପଣଙ୍କ କାର୍ଡର ଯାଞ୍ଚ, ସୁରକ୍ଷା ଓ ଆପଣଙ୍କ ପରିଚୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏଟିଏମ୍ କାର୍ଡର ପ୍ରଥମ ନମ୍ବର ସେହି ଇଣ୍ଡଷ୍ଟ୍ରି ସହ ଜଡିତ ଯିଏ ଏହି କାର୍ଡକୁ ଜାରି କରିଥାଏ । ଏହାର ମେଜର ଇଣ୍ଡଷ୍ଟ୍ରି ଆଇଡିଣ୍ଟିଫାୟର ନମ୍ବର ଭାବେ ଜଣାଯାଏ । ଏହି ନମ୍ବର ଇଣ୍ଡଷ୍ଟ୍ରି ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।

ଏହା ପର ୫ଟି ନମ୍ବରକୁ ଇସ୍ୟୁଅର ଆଇଡିଣ୍ଟିଫିକେସନ୍ ନମ୍ବର କୁହାଯାଏ । ଏହାଦ୍ୱାରା ଏହି କାର୍ଡକୁ ଜାରି କରିଥିବା କମ୍ପାନୀ ବିବାଦରେ ଜଣାପଡେ ।

ଏହାପର ୭ଟି ନମ୍ବରରୁ ୧୫ ନମ୍ବର ଯାଏଁ ଲେଖାଥିବା ନମ୍ବର ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଜଡିତ । ଅବଶ୍ୟ ଏହାକୁ ନେଇ ଗ୍ରାହକଙ୍କ ପାଇଁ ଚିନ୍ତାର କୌଣସି କାରଣ ନାହିଁ ।
ଶେଷରେ ଥିବା ନମ୍ବରଟିକୁ ଚେକସମ୍ ଡିଜିଟ୍ କୁହାଯାଏ । ଆପଣଙ୍କ କାର୍ଡ ଭ୍ୟାଲିଡ୍ କି ନାହିଁ ଏହା ଏହି ଶେଷ ନମ୍ବରରୁ ଜଣାପଡିଥାଏ ।

କ୍ରେଡିଟ୍ କାର୍ଡ ବା ଡେବିଡ୍ କାର୍ଡରେ ଲେଖାଥିବା ଏହି ନମ୍ବରକୁ ବ୍ୟବହାର କରି ଆପଣ ପେମେଣ୍ଟ କରିପାରିବେ । କିନ୍ତୁ କେବଳ କାର୍ଡ ନମ୍ବରରେ ପେମେଣ୍ଟ ହୋଇପାରିବ ନାହିଁ । ଏଥିପାଇଁ ଆପଣଙ୍କ ଏହାର ପିନ୍ ନମ୍ବର ବି ଲେଖିବାକୁ ପଡିବ । ଯଦି ଆପଣ କାର୍ଡ ଉପରେ ଟୁ ଷ୍ଟେପ୍ ସିକ୍ୟୁରିଟି ବ୍ୟବହାର କରୁଛନ୍ତି ତାହେଲେ ପେମେଣ୍ଟ କରିବା ସମୟରେ ଆପଣଙ୍କ ରେଜିଷ୍ଟର ମୋବାଇଲକୁ ପଠାଯାଇଥିବା ୱାନ୍ ଟାଇମ୍ ପାସୱାର୍ଡକୁ ଲେଖିବାକୁ ପଡିବ ।
ବ୍ୟୁରୋ ରିପୋର୍ଟ- କନକ ନ୍ୟୁଜ୍