କନକ ବ୍ୟୁରୋ : କେତେବେଳେ ହସାଉଥିଲେ, କେତେବେଳେ କନ୍ଦାଉଥିଲେ । ତାଙ୍କ କଥା ଶୁଣୁ ଶୁଣୁ ଦର୍ଶକମାନେ ନିଜ ହସକୁ ଜମାରୁ ଅଟକାଇ ପାରୁନଥିଲେ । ସାଧାରଣ ଜନତାଙ୍କଠୁ ନେଇ ବରିଷ୍ଠ ନେତା ଓ ବ୍ୟକ୍ତିମାନେ ବି ତାଙ୍କ କମେଡିର ବଡ ପ୍ରଶଂସକ ପାଲଟିଥିଲେ । କେବେ ଅମିତାଭ ବଚ୍ଚନଙ୍କ ନକଲ ତ ପୁଣି କେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନକଲ । ବାସ ମୌକା ମିଳିଗଲେ ବନାଇ ଦେଉଥିଲେ ହସର ବଟିକା । ଯାହା ଏତେ ସୁଆଦିଆ ଥିଲା କି ହସି ବେଦମ ହେଉଥିଲେ ସମସ୍ତେ । ଏହି ପ୍ରତିଭା ମାଧ୍ୟମରେ ନିଜ ପାଇଁ ଏକ ସ୍ୱତନ୍ତ୍ର ନାଁ ତିଆରି କରି ସେ ଏସ.ପି ଶ୍ରୀବାସ୍ତରୁ ବନିଥିଲେ ରାଜୁ ଶ୍ରୀବାସ୍ତବ । ସୋଲେର ଅମିତାଭ ବଚ୍ଚନଙ୍କ ନକଲ କରୁ କରୁ କ୍ରମଶ ସେ ଜଣେ ଲୋକପ୍ରିୟ କଳାକାର ପାଲଟିଗଲେ । ଲୋକଙ୍କୁ ମଧ୍ୟ ରାଜୁଙ୍କୁ ସୋଲେର ଡାଇଲଗ ସହ ଅଭିନୟ ପସନ୍ଦ ଆସିଲା ଓ କ୍ରମଶ ସେ ଜୁନିୟର ଅମିତାଭ ଭାବେ ଜଣାଗଲୋ । ବାପା ମାଙ୍କ ଇଚ୍ଛା ଥିଲା ପୁଅ ତାଙ୍କର ବଡ ଅଧିକାରୀ ହେଉ କିନ୍ତୁ ରାଜୁଙ୍କ ଭାଗ୍ୟ ତାଙ୍କୁ ମାୟାନଗରୀ ମମ୍ବାଇକୁ ଟାଣି ଆଣିଥିଲା । ଏଠାରୁ ହିଁ ଆଉ ପଛକୁ ନ-ଚାହିଁ ନିଜ ଅଭିନୟ ଆଗ୍ରହ, ଇଚ୍ଛାକୁ ସାଥିରେ ନେଇ ମାୟାନଗରୀ ମୁମ୍ବାଇକୁ ରାତାରାତି ଚାଲି ଆସିଥିଲେ ରାଜୁ । ୧୯୮୨ ମସିହାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ପ୍ରକୃତ ସଂର୍ଘଷ । ବିଭିନ୍ନ ଅରକେଷ୍ଟ୍ରାରେ ପ୍ରଥମେ ନିଜର କଳା ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ଖର୍ଚ୍ଚ ଉଠାଇବା ପାଇଁ ଅଟୋ ରିକ୍ସା ମଧ୍ୟ ଚଳାଇଥିଲେ । ପରେ ବିଭିନ୍ନ ଷ୍ଟେଜ ଶୋ, ଫ୍ରାଇଭେଟ ପାର୍ଟିରେ କାମ କରିବା ପାଇଁ ରାଜୁଙ୍କୁ ମୌକା ମିଳିଲା । ନିଜର ସ୍ୱତନ୍ତ୍ର କଣ୍ଠ ପାଇଁ ମୁମ୍ବାଇରେ ଏକ ଅଡିଓ କମେଡି କ୍ଲିପ ପାଇଁ ଅଫର ମିଳିଲା । ପରେ ବଲିଉଡ ଫିଲ୍ମ ଛୋଟ ଛୋଟ ରୋଲ ସହ ଧାରାବାହିକରେ ନଜର ଆସିଥିଲେ ରାଜୁ । ତାଙ୍କ ଜୀବନରେ ସବୁଠୁ ମୋଡ ସେତିକି ବେଳେ ଆଣିଥିଲା ଗ୍ରେଟ ଇଣ୍ଡିଆ ଲାଫଟର ଚ୍ୟାଲେଂଜ । ହୁଏତ ପ୍ରତିଯୋଗିତାରେ ରାଜୁ ବିଜେତା ବଦଳରେ ରର୍ନସ ଅଫ ହୋଇଥିଲେ କିନ୍ତୁ ଦେଶ ଓ ବିଦେଶରେ ଜଣେ କମେଡି କଳାକାରାଭାବେ ଦର୍ଶକଙ୍କ ହୃଦୟରେ ରାଜ କରିଥିଲେ । ଏହା ପରଠୁ ପଛକୁ ନଚାହିଁ ଗୋଟେ ପରେ ଗୋଟେ ସିରିୟଲ, ଫିଲ୍ମ, ଶୋ, ଷ୍ଟେଜ ଶୋ, ଫ୍ରାଇଭେଟ ଫଙ୍କସନ ସବୁଠି କେବଳ ଆଉ କେବଳ ରାଜୁ ଶ୍ରୀବାସ୍ତଙ୍କ ନାଁର ଲୋକପ୍ରିୟତା ଦିନକୁ ଦିନକୁ ଆକାଶ ଛୁଆଁ ହୋଇଥିଲା । ହାସ୍ୟ କଳାକାର ଦୁନିଆରେ ରାଜୁଙ୍କ ଏକ ଭିନ୍ନ ସ୍ଥାନ ରହିଛି ଓ ରହିବ ।

Advertisment

ଦର୍ଶକଙ୍କ ମନରେ ରାଜୁଙ୍କ ରାଜ୍
• ୧୯୬୩ ମସିହାରେ ଜନ୍ମଗ୍ରହଣ କରିଥିଲେ ରାଜୁ
• ୧୯୮୨ ମସିହାରେ କ୍ୟାରିୟର ଆରମ୍ଭ କରିଥିଲେ
• ଟି-ଟାଇମ ମନୋରଞ୍ଜନରେ ପ୍ରଥମ ଅଭିନୟ କରିଥିଲେ
• ହସନା ମନା ହୈରେ ଭୟସ ଆଟିଷ୍ଟଭାବେ ଯାତ୍ରା ଆରମ୍ଭ କରିଥିଲେ
• ୧୯୮୮ରେ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ
• ଛୋଟ ପରଦାରେ ପ୍ରକୃତ ପରିଚୟ ପାଇଥିଲେ
• ୨୦୦୫ର ଦ ଗ୍ରେଟ ଇଣ୍ଡିଆ ଲାଫଟର ଚ୍ୟାଲେଂଜ ଟର୍ଣ୍ଣି ପଏଂଟ ଥିଲା ।
• ମୋଟ ୧୭ଟି ଫିଲ୍ମ ଓ ୧୪ଟି ଟିଭି ଶୋ କରିଥିଲେ
• ସମାଜବାର୍ଦି ପାର୍ଟି ଓ ବିଜେପି ନେତା ଭାବେ ତାଙ୍କର ସ୍ୱଳ୍ପ ରାଜନୀତି କ୍ୟାରିୟର ଥିଲା
• ସ୍ୱଚ୍ଛ ଭାରତ ଅଭିଯାନରେ ମଧ୍ୟ ସାମିଲ ଥିଲେ ରାଜୁ ଶ୍ରୀବାସ୍ତବ

ଏଭଳି କମେଡି ଆଉ ନା ଦେଖିବାକୁ ମିଳିବ ନା ଶୁଣିବାକୁ ପାଇବେ ଦର୍ଶକ । କେବଳ ଆଉ କେବଳ ଭିଡିଓରେ ହିଁ ଦର୍ଶକ ଦେଖିପାରିବେ ନିଜର ପ୍ରିୟ ତଥା ଲୋକପ୍ରିୟ ଓ ଜଣାଶୁଣା କଳାକାର ରାଜୁ ଶ୍ରୀବାସ୍ତବଙ୍କୁ । ୪୨ଦିନର ଜୀବନ ମରଣ ସଂର୍ଘଷରେ ଶେଷରେ ହାରି ଗଲେ ରାଜୁ ଓ ସବୁ ଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି ।