ଭୋଟର ଆଇଡି କାର୍ଡ କରିବାକୁ ଚାହୁଁଛନ୍ତି? ଅନଲାଇନରେ କରନ୍ତୁ ଭୋଟର ଆଇଡି କାର୍ଡ

181

କନକ ବ୍ୟୁରୋ: ଭୋଟର୍ ଆଇଡି କାର୍ଡ, ଆମ ଦେଶରେ ଏହି କାର୍ଡର ଗୁରୁତ୍ୱ କେତେ ତାହା ଆପଣ ବେଶ ଭଲ ଭାବେ ଜାଣିଛନ୍ତି । ନିର୍ବାଚନ ସମୟରେ ଭୋଟ୍ ଦେବା ହେଉ, ଅବା କିଛି ପରିଚୟ ପ୍ରମାଣ ପତ୍ର । ସବୁବେଳେ ଦରକାର ପଡିଥାଏ ଏହି ଭୋଟର ଆଇଡି କାର୍ଡ । ଆମ ଦେଶରେ ଆପଣ ୧୮ ବର୍ଷରୁ ଅଧିକ ବୟସର ବୋଲି ଏହି ଭୋଟର ଆଇଡି କାର୍ଡ ହିଁ ପ୍ରମାଣ ଦେଇଥାଏ ।

ବର୍ତ୍ତମାନ  ସମୟରେ ଅନେକ ଲୋକ…ଭୋଟର ଆଇଡି କାର୍ଡ ବନେଇବାକୁ ଚାହୁଁଛନ୍ତି । ଆଉ ତା ସହିତ…ଯେଉଁମାନଙ୍କର ଏହି ଭୋଟର ଆଇ କାର୍ଡ ଅଛି ସେମାନଙ୍କ ମଧ୍ୟରୁ କିଛି …ଏଥିରେ ଥିବା ଆଡ୍ରେସକୁ ବଦଳାଇବାକୁ ଚାହୁଁଛନ୍ତି । ତେଣୁ ଆଜି ଆସନ୍ତୁ ଜାଣିବା ଅନଲାଇନରେ କେମିତି କରିବେ ଭୋଟର ଆଇଡି କାର୍ଡ? ପୂର୍ବରୁ କେବଳ ସ୍ଥାନୀୟ ନିର୍ବାଚନ ଆଉ ଲୋକସଭା ନିର୍ବାଚନ ବେଳେ ଦେଶର ୧୮ ବର୍ଷରୁ ଅଧିକ ବୟସର ଲୋକମାନେ ଭୋଟର ଆଇଡି କାର୍ଡ ପାଇଁ ଆବେଦନ କରିପାରୁଥିଲେ । ହେଲେ ଏବେ କିନ୍ତୁ ଅନଲାଇନ୍ ଜରିଆରେ ଏହାକୁ ଯେକୌଣସି ସମୟରେ ଆବେଦନ କରିହେବ ।

• ଅନଲାଇନରେ ଭୋଟର ଆଇଡି କାର୍ଡ କରିବାକୁ ଚାହଁଥିଲେ ଆପଣଙ୍କୁ ପ୍ରଥମେ ଇଲେକ୍ସନ୍ କମିଶନ ଅଫ ଇଣ୍ଡିଆଙ୍କ ଅଫିସିଆଲ୍ ୱେବସାଇଟ୍ ଇସିଆଇ.ଜିଓଭି.ଇନରେ ଲଗଇନ୍ କରିବାକୁ ପଡିବ ।

• ଏହି ୱେବସାଇଟରେ ଲଗଇନ୍ କରିବା ପରେ ଆପଣ ଏହାପରେ ଭୋଟର୍ସ ସର୍ଭିସ ପୋର୍ଟାଲରେ କ୍ଲିକ୍ କରିବାକୁ ହେବ

• ସେଠାରେ କ୍ଲିକ୍ କରିବା ପରେ…ଆପଣ ଆପ୍ଲାଏ ଅନଲାଇନ୍ ଫର୍ ରେଜିଷ୍ଟ୍ରେସନ୍ ଅଫ୍ ନ୍ୟୁ ଭୋଟରରେ କ୍ଲିକ୍ କରନ୍ତୁ

• ସେଠାରେ ଆପଣଙ୍କୁ ସମସ୍ତ ଜରୁରୀ ତଥା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ସହ କିଛି ଫର୍ମ ପୂରଣ କରିବାକୁ ପଡିବ । ଯାହାକୁ ଅତି ସହଜରେ ଆପଣ ଘରେ ବସି ଅନଲାଇନରେ ପୂରଣ କରିପାରିବେ

• ସବୁ ଫର୍ମ ଗୁଡିକୁ ପୂରଣ କରିବା ପରେ ଆପଣଙ୍କୁ ଶେଷରେ ସବମିଟ୍ ଅପସନ୍ ଦେଖିବାକୁ ମିଳିବ । ଆଉ ଆପଣଙ୍କୁ ସେହି ସବମିଟ୍ ବଟନ୍ ଉପରେ କ୍ଲିକ୍ କରିବାକୁ ହେବ

• ସବମିଟ୍ ଅପସନ୍ କ୍ଲିକ୍ କରିବା ପରେ …ଆପଣଙ୍କ ଇ-ମେଲ୍ ଆଇଡିକୁ ଏକ ମେଲ୍ ଆସିବ । ଯେଉଁଥିରେ ଆପଣ ନିଜ ଭୋଟର ଆଇଡି କାର୍ଡ ଆପ୍ଲିକେସନକୁ ଟ୍ରାକ୍ କରିପାରିିବେ ।

• ଆପ୍ଲିକେଶନ୍ ସବମିଟ୍ କରିବାର କିଛି ଦିନ ଭିତରେ ଆପଣଙ୍କୁ ଆପଣଙ୍କର ଭୋଟର ଆଇଡି କାର୍ଡ ଅତି ସହଜରେ ମିଳିଯିବ ।

 

ଅନଲାଇନରେ ଭୋଟର ଆଇଡି କାର୍ଡ ତିଆରି କରିବାକୁ ଆପଣଙ୍କୁ କେଉଁ କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ହେବ

ଅନଲାଇନରେ ଭୋଟର ଆଇଡିକାର୍ଡ ବନେଇବାକୁ ଆପଣଙ୍କୁ ଗୋଟିଏ ପାସପୋର୍ଟ ସାଇଜ୍ ଫଟୋ । ଆଇଡି ପ୍ରୁଫ୍ ବାବଦକୁ ଜନ୍ମ ପ୍ରମାଣପତ୍ର, ପାସପୋର୍ଟ, ଡିଏଲ୍ କିମ୍ବା ପାନକାର୍ଡ ଆବଶ୍ୟକ । ସେହିପରି ସ୍ଥାୟୀ ଠିକଣାର ପ୍ରମାଣ ଦେବାକୁ ଆପଣଙ୍କୁ ରାସନ କାର୍ଡ, ପାସପୋର୍ଟ, ଡିଏଲ କିମ୍ବା ବିଜୁଳି ବିଲ ପ୍ରମାଣ ଦେବାକୁ ହେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆପଣ ଅନଲାଇନ ଜରିଆରେ ନୂଆ ଭୋଟର ଆଇଡି କାର୍ଡ ବନାଇପାରିବା ସହିତ, ଏଥିରେ ସଂଶୋଧନ ମଧ୍ୟ କରିପାରିବେ । ତେବେ ଭୋଟର ଆଇଡି କାର୍ଡ ଆବେଦନ ପାଇଁ ଆପଣଙ୍କ ବୟସ ୧୮ ବର୍ଷ ହେବା ସହିତ ଆପଣ ଜଣେ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ । ତା ସହିତ ଆପଣଙ୍କ ପାଖରେ ପରମାନେଣ୍ଟ ରେସିଡେନସିଆଲ୍ ପ୍ରୁଫ୍ ଥିବା ମଧ୍ୟ ସବୁଠୁ ଅଧିକ ଜରୁରୀ ।