ହୋଲି ଖେଳକୁ ନେଇ ମୁହାଁମୁହିଁ ହିନ୍ଦୁ-ମୁସଲିମ୍, ପଞ୍ଜାବ ୟୁନିଭରସିଟିରେ ଇସଲାମି ଜାମିଆ ତୁଲବା ସଙ୍ଗଠନ ଆକ୍ରମଣରେ ୧୫ ହିନ୍ଦୁ ଛାତ୍ର ଆହତ

189

କନକ ବ୍ୟୁରୋ : ପାକିସ୍ତାନରେ ପୁଣି ଥରେ ହିନ୍ଦୁଙ୍କୁ ଟାଗେର୍ଟ କରିବା ଘଟଣା ସାମ୍ନାକୁ ଆସିଛି । ଏଠାରେ ହୋଲି ଖେଳକୁ ନେଇ ହୋଇଛି ବିବାଦ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ପାକିସ୍ତାନର ପଂଜାବ ୟୁନିଭରସିଟିରେ ହୋଲି ଖେଳୁଥିବା ହିନ୍ଦୁ ଛାତ୍ରଛାତ୍ରୀଙ୍କ ଉପରେ ହୋଇଛି ଆକ୍ରମଣ । ଏଥିରେ ୧୫ ଜଣ ଛାତ୍ର ଆହତ ହୋଇଛନ୍ତି । ସୂଚନା ମୁତାବିକ ପଞ୍ଜାବ ବିଶ୍ୱବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀ ହୋଲି ଖେଳିବାକୁ ଏକାଠି ହୋଇଥିଲେ । ଇସଲାମି ଜାମିଆତ ତୁଲବା ସଙ୍ଗଠନ ସେମାନଙ୍କୁ ହୋଲି ପାଳନ ନ କରିବାକୁ ବଳପୂର୍ବକ ଅଟକାଇଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ ବିବାଦ ଉପୁଜିଥିଲା । ଏପରିକି ମାରପିଟ୍ ଯାଏଁ କଥା ଯାଇଥିଲା । ହିନ୍ଦୁ ଛାତ୍ରଛାତ୍ରୀଙ୍କୁ ମୁସିଲମ୍ ସଙ୍ଗଠନ ପକ୍ଷରୁ ମାଡ ମାରିବା ସହ ସେମାନଙ୍କ ଉପରକୁ ଟେକାପଥର ମାଡ କରାଯାଇଛି । ଏହି ସଂଘର୍ଷରେ ୧୫ ଜଣ ହିନ୍ଦୁ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।