ଦେଶରେ ବଢ଼ୁଛି ଥଣ୍ଡା,କାଶ ଜରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା । ଆଡଭାଇଜରୀ ଜାରି କଲା ଆଇସିଏମଆର

253

କନକ ବ୍ୟୁରୋ : ବର୍ତମାନ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଲାଗି ରହିଛି ଥଣ୍ଡା, ଜ୍ୱର,କାଶ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ଭିତରେ ଆଜି କେନ୍ଦ୍ର ସରକାର ସର୍ତକ ସୂଚନା ଜାରି କରିଛନ୍ତି । ଆଇସିଏମଆର ଆଡଭାଇଜରୀ ଜାରି କରି କହିଛି ଯେ ଦେଶରେ ଜର ଓ ଫ୍ଲୁ ମାମଲା ବଢୁଛି । ଇନଫ୍ଲୁଏଞ୍ଜା ଏ ସବଟାଇପ ଏଚଥ୍ରୀଏନଟୁ ଭାଇରସ ଯୋଗୁଁ ଏଭଳି ଘଟଣା ଘଟୁଛି   । କିଛି କ୍ଷେତ୍ରରେ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତି କରିବାକୁ ପଡୁଛି । କିଛି ଲୋକ ସୁସ୍ଥ ହେବା ପରେ ମଧ୍ୟ ସେମାନଙ୍କ ନିକଟରେ ଲକ୍ଷଣ ପ୍ରକାଶ ପାଉଛି । ଆଇସିଏମଆର କହିଛି ଯଦିଓ ଏହି ଭାଇରସ ଘାତକ ନୁହେଁ ତଥାପି ସର୍ତକ ରହିବା ଜରୁରୀ । ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହେଲେ ଡାକ୍ତରଖାନାରେ ଭର୍ତି ହେବା ଆବଶ୍ୟକ । ହାତକୁ ଭଲଭାବରେ ସଫା କରିବା, ମାସ୍କ ପିନ୍ଧି ଗହଳି ସ୍ଥାନକୁ ଯିବା, କାଶ ଛିଙ୍କ ବେଳେ ମୁହଁ ଘୋଡାଇ ରଖିବା, ପ୍ରଚୁର ପରିମାଣରେ ପାଣି ପିଇବା, ଆଖି ନାକକୁ ଛୁଇଁବାନି, ହାତ ମିଳାଇବାକୁ ବାରଣ କରାଯାଇଛି । ଗତ ଦୁଇମାସ ହେବ ଲୋକଙ୍କ ନିକଟରେ ଏଭଳି ଲକ୍ଷଣ ପ୍ରକାଶ ପାଉଛି । ଯଦିଓ କରୋନା ମହାମାରୀ ସଙ୍କଟ କମ ହୋଇଛି ତଥାପି ଲଗାତାର ଶରୀରରେ ଥଣ୍ଡା, ଜର କାଶ ରହୁଥିବା ଯୋଗୁଁ ଲୋକମାନେ ଭୟଭୀତ ରହୁଛନ୍ତି ।