ଆଇପିଏଲ ଲଢେଇ: ଟସ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ । 

73

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ କୋଲକାତା । ଏହି ମ୍ୟାଚରେ ଟସ ତିଜି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଆସିବ ଚେନ୍ନାଇ । ଉଭୟ ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବେ । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି କୋଲକାତାକୁ ଏକ ବଡ ବିଜୟ ଲକ୍ଷ୍ୟ ଦେବାକୁ ପ୍ରୟାସ କରିବ ।

ଉଭୟ ଦଳ ଚଳିତ ଆଇପିଏଲରେ ୩ଟି ଲେଖାଏଁ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ଚେନ୍ନାଇ ୨ଟି ବିଜୟ ଓ ଗୋଟିଏ ପରାଜୟ ଲାଭ କରିଛି । ସେହିପରି କୋଲକାତା ୧ଟିଏ ବିଜୟ ଓ ଦୁଇଟି ପରାଜୟ ହୋଇଛି । ତେଣୁ ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ ।