କଂଗ୍ରେସରେ ଯୋଗଦେଲେ ବିଜେପିରୁ ନିଲମ୍ବିତ ସାଂସଦ କୀର୍ତ୍ତି ଆଜାଦ୍ ! ମିଶ୍ରଣ ପର୍ବରେ ଉପସ୍ଥିତ ରହିଲେ କଂଗ୍ରେସ ଅଧ୍ୟକ୍ଷ

154

କନକ ବ୍ୟୁରୋ : ଲୋକସଭା ସଦସ୍ୟ ତଥା ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ୍‌ ଆଜି ବିଧିବଦ୍ଧଭାବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଆଜି ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥତିରେ କଂଗ୍ରେସରେ ଯୋଗ ଦେଇଛନ୍ତି ।  ଏସଂପର୍କରେ କୀର୍ତ୍ତି ଆଜାଦ୍‌ ଟ୍ୱିଟରରେ ସୂଚନା ଦେଇଛନ୍ତି ଲେଖିଛନ୍ତି, ‘ଆଜି ମୁଁ ରାହୁଲ ଗାନ୍ଧୀଙ୍କ ଉପସ୍ଥତିରେ କଂଗ୍ରେସରେ ଯୋଗ ଦେଲି  ।

ସୂଚନାଯୋଗ୍ୟ କୀର୍ତ୍ତି ଆଜାଦ୍‌ ୧୯୮୩ରେ ବିଶ୍ୱକପ୍‌ କ୍ରିକେଟ୍‌ ବିଜେତା ଦଳରେ ଥିଲେ । ସେ ୨୦୧୮ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଟିକେଟ୍‌ରେ ବିହାରର ଦରଭଙ୍ଗା ଲୋକସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ । ତେବେ ୨୦୧୫ ଡିସେମ୍ବର ୨୩ ତାରିଖରେ କୀର୍ତ୍ତି ଆଜାଦ୍‌ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍‌ ସଂଘରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଆଣି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଟାର୍ଗେଟ୍‌ କରି ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ହୋଇଥିଲେ । ଦୀର୍ଘ ଦିନ ଧରି ଯେଉଁ ଚର୍ଚ୍ଚା ହେଉଥିଲା କି କୀର୍ତ୍ତି କଂଗ୍ରେସରେ ଯୋଗ ଦେବେ,ତାହା ଆଜି ସତ ହୋଇଛି ।