ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ । ତେଲେଙ୍ଗାନା ରାଜ୍ୟପାଳଙ୍କୁ ପୁଡୁଚେରୀ ଉପରାଜ୍ୟପାଳ ଭାବେ ମିଳିଲା ଅତିରିକ୍ତ ଦାୟିତ୍ୱ 

347

କନକ ବ୍ୟୁରୋ : ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ତାଙ୍କ ପଦରୁ ହଟାଇଦିଆଯାଇଛି । ତେଲେଙ୍ଗାନାର ରାଜ୍ୟପାଳ ଡ. ତାମିଲସାଇ ସୁନ୍ଦରରାଜନଙ୍କୁ ପୁଡ଼ୁଚେରୀର ଉପ ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।

କିରଣ ବେଦୀ ୨୦୧୬, ମେ ୨୯ରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ତେବେ ପୁଡୁଚେରୀରେ କଂଗ୍ରେସ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ବାମୀଙ୍କ ସହ ତାଙ୍କ ଅନେକ ସମୟରେ ମତଭେଦ ରହୁଥିଲା । ତାଙ୍କୁ ହଟାଇବା ଲାଗି ଭି. ନାରାୟଣସ୍ବାମୀ ଦାବି କରିଆସୁଥିଲେ ।