୫୩ ବର୍ଷରେ କିଙ୍ଗ ଖାନ୍ : ମଧ୍ୟରାତ୍ରୀରେ ଜନ୍ମଦିନ ପାଳିଲେ ବଲିଉଡ୍ ବାଦଶାହା ଶାହାରୁଖ

ସାରା ଦେଶରୁ ଛୁଟିଲା ଶୁଭେଚ୍ଛାର ସୁଅ, ମନ୍ନତ ବାହାରେ ଫ୍ୟାନ୍

153

କିଙ୍ଗ ଖାନ ଶାହାରୁଖଙ୍କ ଆଜି ଜନ୍ମଦିନ । ଶାହାରୁଖଙ୍କୁ ଏବେ ୫୩ ବର୍ଷ ବୟସ । ତଥାପି ରୋମାଂଟିକ୍ ଅଭିନେତା ଭାବେ ତାଙ୍କ ପରିଚୟ ଆଜିବି ରହିଛି । ଜନ୍ମଦିନ ଅବସରରେ ବଲିଉଡ୍ ବାଦଶାହାଙ୍କ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେପଟେ ଶାହାରୁଖଙ୍କ ବାସଭବନ ମନ୍ନତରେ ମଝି ରାତିରେ ଜନ୍ମଦିନ ପାଳିଛନ୍ତି ବଲିଉଡ୍ ବାଦଶାହା । ଶାହାରୁଖଙ୍କ ଫ୍ୟାନମାନେ ମଝି ରାତିରେ ଶାହାରୁଖଙ୍କୁ ୫୩ ତମ ଜନ୍ମଦିନର ଶୁଭେଛା ଜଣାଇଛନ୍ତି । ଜନ୍ମଦିନର ଶୁଭେଛା ଜଣାଇବାକୁ ପହଁଚିଥିବା ଫ୍ୟାନମାନଙ୍କୁ ବାଲକୋନିରୁ ହାତ ହଲାଇ ଶୁଭେଛା ଜଣାଇଥିଲେ ବାଦଶାହା ।

ସେପଟେ ଶାହାରୁଖ ଖାନଙ୍କ ଆଗାମୀ ସିନେମା ଜିରୋର ଦୁଇଟି ନୂଆ ପୋଷ୍ଟର ରିଲିଜ ହୋଇଛି । ପୋଷ୍ଟରରେ ଅନୁସ୍କା ଶର୍ମା ଓ କ୍ୟାଟରିନା କୈଫଙ୍କ ଲୁକ୍ ସାମନାକୁ ଆସିଛି । ଆଜି ଶାହାରୁଖ ଖାନଙ୍କ ଜନ୍ମଦିନ ଅବସରରେ ସିନେମାର ଟ୍ରେଲର ରିଲିଜ କରାଯିବ । ସିନେମାର ପୋଷ୍ଟରରେ ଅନୁସ୍କା ଶର୍ମା ଏକ ହୁଇଲ ଚେୟାରରେ ବସିଥିବା ଦେଖିବାକୁ ମିଳିଛି । ଏହା ସହ ଶାହାରୁଖ ଖାନ୍ ମଧ୍ୟ ପୋଷ୍ଟରରେ ନଜର ଆସିଛନ୍ତିି । ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ ରାୟ । ଡ଼ିସେମ୍ବର ୨୧ରେ ରିଲିଜ ହେବ ସିନେମା । ସିନେମାରେ ଶାହାରୁଖ ଖାନ୍ ଜଣେ ବାମନ ଭୁମିକାରେ ନଜର ଆସିବେ । ସେହିଭଳି ଅନୁସ୍କା ଶର୍ମାଙ୍କୁ ଜଣେ ଦିବ୍ୟାଙ୍ଗ ଝିଅ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ । ଶାହାରୁଖ ଏବଂ ଅନୁସ୍କା ଶର୍ମା ଏହା ପୂର୍ବରୁ ‘ରବ ନେ ବନାଦି ଯୋଡ଼ି’ ଓ ଜବ୍ ତକ୍ ହୈ ଜାନ୍ ରେ ନଜର ଆସିଥିଲେ ।