ଡରି ଡରି ଜୀବନ ବିତାଉଛନ୍ତି ଉତ୍ତର କୋରିଆର କ୍ରୁର ଶାସକ ତାନାଶାହା କିମ୍ ଜଙ୍ଗ୍ ! ସୁରକ୍ଷା ପାଇଁ ତିଆରି କରିଛନ୍ତି ସୁଡ଼ଙ୍ଗ

38

ଉତ୍ତରକୋରିଆର ନିର୍ଦ୍ଦୟ ତଥା କ୍ରୁର ଶାସକ ତାନାଶାହା କିମ୍ ଜଙ୍ଗଙ୍କ ବିଷୟରେ ପ୍ରାୟ ସମସ୍ତେ ଅଳ୍ପ ବହୁତ ଜାଣିଥିବେ । ବର୍ତ୍ତମାନ ସମୟରେ କିମ୍ ଜଙ୍ଗ ଓ ଆମରିକା ମଧ୍ୟରେ ଉତ୍ତେଜନା ଲାଗି ରହିଛି । ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଅନ୍ତର୍ଜାତୀୟ ସମୁଦାୟକୁ ବେଖାତିର କରି ଶକ୍ତିଶାଳୀ ହାଇଡ୍ରୋଜେନ ବମ୍ ପରୀକ୍ଷଣ କରିଥିଲା ଉତ୍ତର କୋରିଆ । ତେବେ ଏହି ପରୀକ୍ଷଣ ଯୋଗୁଁ ଭୂମିକମ୍ପ ହୋଇଥିବା ରେକର୍ଡ କରିଥିଲା ବିଭିନ୍ନ ଦେଶର ଭୂତତ୍ୱ ବିଭାଗ । ଏହି ପରୀକ୍ଷଣରେ କମ୍ପି ଉଠିଥିଲା ଜାପାନ, କୋରିଆ ଓ ଚୀନର ସଂଲଗ୍ନ ଉପକୂଳ । ଏହା ଏତେ ବିଧ୍ୱଂସୀ ଥିଲା ଯେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା ଏହି ଅଂଚଳରେ । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୩ । ଏହି ପରୀକ୍ଷଣ ଯୋଗୁଁ ଲାଗ ଲାଗ ଦୁଇଟି ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । କୁହାଯାଉଛି ପୂର୍ବରୁ ଏହି ଦେଶ କରିଥିବା ନ୍ୟୁକ୍ଲିୟର ଟେଷ୍ଟଠାରୁ ଏହା ଥିଲା ୧୦ ଗୁଣ ଅଧିକ ।

ଏପରିକି ଏହାର ବିଧ୍ୱଂସୀ ଶକ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନରେ ପଡିଥିବା ବୋମାଠାରୁ ୭ଗୁଣ ଅଧିକ ବିଧ୍ୱଂସକାରୀ । ଜୁଲାଇରେ ଦୁଇଟି ଦୂରଗାମୀ ଇଂଟର-କଂଟିନେଂଟାଲ ବାଲାଷ୍ଟିକ୍ ମିସାଇଲ ପରୀକ୍ଷା କରିଛି ନର୍ଥ କୋରିଆ । ଯାହା ୧୦ ହଜାର କିଲୋମିଟରକୁ ଟାର୍ଗେଟ କରିପାରିବ । ଯାହା ଆମେରିକାର ଯେକୌଣସି ସହରକୁ ଲକ୍ଷଭେଦ କରିପାରିବ । ତେବେ ଏହାରି ଭିତରେ ଉତ୍ତର କୋରିଆ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମଧ୍ୟ ଖବର ଆସିଥିଲା । କେଉଁ ମୁହୂର୍ତ୍ତରେ ବି ଯୁଦ୍ଧ ହୋଇପାରେ । ଉଭୟ ଦେଶ ଉଭୟ ଦେଶକୁ ବରବାଦ କରିବା ପାଇଁ ଧମକ ଦେଉଛନ୍ତି । ଏହି ଅବସରରେ ଆସନ୍ତୁ ଜାଣିବା କିମ୍ ଜଙ୍ଗ ବିଷୟରେ କିଛି ରୋଚକ ଖବର . . .

କିମ୍ ଜଙ୍ଗଙ୍କ ପିତା କିମ୍ ଜଙ୍ଗ ଇଲ ୧୭,ଡିସେମ୍ବର ୨୦୧୧ରେ ହୃଦଘାତରେ ମୃତ୍ୟବରଣ କରିଥିଲେ । ପିତାଙ୍କkim ମୃତ୍ୟୁ ପରେ କିମ୍ ଜଙ୍ଗ ଶାସନ ଭାର ସମ୍ଭାଳିଥିଲେ । କିମ୍ ଜଙ୍ଗ୍ ଗୋଟିଏ ପରେ ଗୋଟିଏ ପରମାଣୁ ପରୀକ୍ଷଣ କଲେ ମଧ୍ୟ ସେ ତାଙ୍କର ସୁରକ୍ଷାକୁ ନେଇ ବେଶ ଚିନ୍ତାରେ ଥାଆନ୍ତି । ଉତ୍ତର କୋରିଆର ଶାସନ ଭାର ସମ୍ଭାଳିବା ପରେ କିଙ୍ଗ ଜଙ୍ଗ କୌଣସି ଦେଶକୁ ଯାତ୍ରା କରିନାହାନ୍ତି । ଖବର ଅନୁସାରେ କିମ୍ ଜଙ୍ଗ୍ ସବୁବେଳ ଡରରେ ଜୀବନ ବିତାଉଛନ୍ତିି । ସବୁବେଳେ ସେ ତାଙ୍କ ଜୀବନକୁ ନେଇ ଚିନ୍ତାରେ ଅଛନ୍ତି, ମନରେ ଭୟ ଲାଗି ରହିଛି କାଳେ କିଏ ତାଙ୍କୁ ହତ୍ୟା କରିଦେବ । ତାଙ୍କୁ ଲାଲେ ସେ ଯେଉଁ କାରରରେ ଯାତ୍ରା କରୁଛନ୍ତି , କେହି ତା’ଉପରେ ଆକ୍ରମଣ କରିଦେବ କିମ୍ବା ଆକାଶମାର୍ଗରୁ ତାଙ୍କ ଉପରେ ଆକ୍ରମଣ ହୋଇପାରେ ।

kimକିମ୍ ଜଙ୍ଗ୍ ନିଜ ମୁତ୍ୟୁକୁ ଏତେ ଡରୁଛନ୍ତି ଯେ ଅନେକ ଥର ନିଜର ବଡ଼ି ଡବଲସ (ନିଜ ପରି ଦେଖାଯାଉଥିବା ମଣିଷ)କୁ ନେଇ ଯିବା ଆସିବା କରନ୍ତି । ନିକଟରେ ବାଲାଷ୍ଟିକ ମିସାଇଲ ପରୀକ୍ଷଣ ସମୟରେ କିମ୍ ଜଙ୍ଗ ବଡ଼ି ଡବଲ୍ସ ସହ ନଜର ଆସିଥିଲେ । ସେ କିମ୍ ଜଙ୍ଗଙ୍କ ପରି ପୋଷାକ ପନ୍ଧିବା ସହ ତାଙ୍କ ପରି ଚୁଟି ମଧ୍ୟ କାଟିଛନ୍ତି । ଆକ୍ରମଣରୁ ବର୍ତ୍ତବା ପାଇଁ କିମ୍ ଜଙ୍ଗ ବଡ଼ି ଡବଲ୍ସର ବ୍ୟବହାର କରନ୍ତି । କିମ୍ ଜଙ୍ଗଙ୍କ ନିଜର ସୁରକ୍ଷା ପ୍ରତି ବେଶ୍ ସଚେତନ । କିମଙ୍କ ସୁରକ୍ଷା ପାଁ ସଶସ୍ତ୍ର ସୁରକ୍ଷା କର୍ମୀ ଆଉ କିଛି ବିନା ଅସ୍ତ୍ରଶସ୍ତ୍ରରେ ତାଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଥାଆନ୍ତି । ନିଜର ସୁରକ୍ଷା ପାଇଁ କିମ ଅଚାନକ ହିଁ ନିଜର କାର୍ଯ୍ୟକ୍ରମ ଆୟାଜନ କରିଥାଆନ୍ତି ।

ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି କିମ୍ ଜଙ୍ଗ ସୁରକ୍ଷା ପାଇଁ ଅଟୋମେଟିକ ରାଇଫଲ ଓ ହ୍ୟାଣ୍ଡ ଗ୍ରେନେଡ଼୍ ସହ ପୁଲିସkim କର୍ମୀ ମୁତୟନ ଥାଆନ୍ତି । କେବଳ ଏତିକି ନୁହେଁ କିମଙ୍କ ସୁରକ୍ଷା କର୍ମୀ ସାଧା ପୋଷାକରେ ବହୁ ସଂଖ୍ୟକ ମୁତୟନ ଥାଆନ୍ତି । ଖବର ଅନୁସାରେ ବଡ଼ିଗାର୍ଡ଼ଙ୍କୁ ପ୍ରଶିକ୍ଷଣ ଦେଲା ବେଳେ ତାଙ୍କର ମସ୍ତିସ୍କ ପରିବର୍ତ୍ତନ କରାଯାଏ । କିମ ଜଙ୍ଗ ଭଗବାନ ବୋଲି ତାଙ୍କୁ ଶିକ୍ଷା ଦିଆଯାଏ । ଏହା ବ୍ୟତୀତ ଅନେକ କଷ୍ଟକର ପ୍ରଶିକ୍ଷଣ ଦିଆଯାଏ । କିମଙ୍କ ସୁରକ୍ଷା ପାଇଁ ଚୟନ ହେଉଥିବା ଅଙ୍ଗରକ୍ଷକଙ୍କ ମୁହଁରେ କୌଣସି ପ୍ରକାରର ଚିହ୍ନ ନଥାଏ ।

kimକିମଙ୍କ ସୁରକ୍ଷା କର୍ମୀ ହେବା ପାଇଁ ସୁନ୍ଦର ଓ ସୁଢ଼ୋଳ ଚେହେରାଯୁକ୍ତ ହେବା ଦରକାର । ଚୟନ ପ୍ରରେ ତାଙ୍କୁ ଏକ ପ୍ରକାର ଆଇଡ଼ି ନମ୍ବର ଦିିଆଯାଏ ଓ ଅ÷ନ୍ୟ ସବୁ ରେକର୍ଡ଼ ହଟାଇ ଦିଆଯାଏ । ସେମାନଙ୍କୁ ତାଙ୍କ ପରିବାର ସହ ସମ୍ପର୍କ ଛିନ୍ନ କିରବାକୁ ପଡ଼େ । କେବଳ ଏତିକି ନୁହେଁ ପ୍ରତି ପରିବାରରୁ କେବଳ ଜଣେ ସଦସ୍ୟକୁ ସୁରକ୍ଷା ପାଇଁ ଚୟନ କରାଯାଏ । ଚୟନ ପରେ ୬ ମାସ ପାଇଁ ତାଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଏ । କିମଙ୍କ ସୁରକ୍ଷା ପାଇଁ ୧୦୦ ଅସ୍ତ୍ରଶସ୍ତ୍ର ଯୁକ୍ତ ଗାଡ଼ି ସବୁବଳେ ପ୍ରସ୍ତୁତ ଥାଆନ୍ତି । କେବଳ ଏତିକି ନୁହେଁ ଖବର ଅନୁସାରେ କିମ ମୃତ୍ୟୁ ଭୟରେ ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗରେ ତିଆରି କରିଛନ୍ତି । ଯଦି କୌଣସି ବିପଦ ଆଶଙ୍କା କମ୍ବା ତାଙ୍କ ଉପରେ ଆକ୍ରମଣ ହୁଏ ତେବେ ସୁରଙ୍ଗକୁ ଯାଇ ସେ ନିଜର ଜୀବନ ବଞ୍ଚାଇ ପାରିବେ ।

ଖବର ଅନୁସାରେ ନିଜର ସୁରକ୍ଷା ପାଇଁ କିମ ଏତେ ଚିନ୍ତିତ ଥାଆନ୍ତି କି ରାତିରେ ଠିକରେ ଶୋଇପାରନ୍ତି ନାହିଁ ।kim ବିଗତ ବର୍ଷ ‘ଦ ଗାର୍ଡ଼ିଆନ’ରେ ଛପିଥିବା ଖବର ଅନୁସାରେ ଶାସନ ଭାର ସମ୍ଭାଳିବାର ୪ ବର୍ଷ ଭିତରେ ତାଙ୍କର ୪୦ କିଲୋ ଓଜନ ବୃଦ୍ଧି ହୋଇ ୧୩୦ କିଲୋ ହୋଇଯାଇଛି । ନିଜର ହତ୍ୟା ଭୟରେ କିମ୍ ସବୁବେଳେ ପ୍ରଚୁର ମାତ୍ରାରେ ଖାଇବା ପିଇବା କରନ୍ତି । ଯାହାଦ୍ୱରା ତାଙ୍କର ଓଜନ ବୃଦ୍ଧି ହୋଇଛି ।

ସୂଚନାଯୋଗ୍ୟ କିମଙ୍କ ସ୍ୱାସ୍ଥ୍ୟ ସମ୍ମନ୍ଧୀୟ ଅନେକ ସମସ୍ୟା ରହିଛି । ୨୦୦୯ ଖବର ଆସିଥିଲାସେ ମଧୁମେହ ଓ ଉଚ୍ଚରକ୍ତାଚାପ ରୋଗରେ ପୀଡ଼ିତ । ତାଙ୍କୁ ଭଲରେ ନିଦ ହୁଏନି ଓ ସିଗାରେଟ ମଧ୍ୟ ପ୍ରଚୁର ମାତ୍ରାରେ ପିଅନ୍ତି କିମ୍ । ୨୦୧୪ ସେପ୍ଟେମ୍ବରରୁ ଅକ୍ଟୋବର ୬ ପର୍ଯ୍ୟନ୍ତ କିମ ଜଙ୍ଗ ସାଧାରଣ ସ୍ଥାନରେ ନଜର ଆସିନଥିଲେ । ତା’ପରେ ମିଡ଼ିଆରେ ଖବର ଆସିଥିଲା ତାଙ୍କର ଶାରୀରିକ ସ୍ଥିତି ଠିକ୍ ନାହିଁ ।