ଗ୍ରାହକଙ୍କ ପାଇଁ ବଡ ଖବର ! ଏବେ ୧୦୦୦ ଗ୍ରାମର ରହିଲା ନାହିଁ ୧ କିଲୋ,ଜାଣନ୍ତୁ ନିତିଦିନିଆ ଜୀବନ ଉପରେ ଏହାର କିଭଳି ପ୍ରଭାବ ପଡିବ । 

565

ଆପଣ ଏବେ ପର୍ଯ୍ୟନ୍ତ କିଲୋଗ୍ରାମ୍ ଆଧାରରେ ପରିବା,ଫଳ ଏବଂ ଖାଦ୍ୟ ପଦାର୍ଥ କିଣୁଥିଲେ କିନ୍ତୁ ଏବେ ଏହି କିଲୋଗ୍ରାମକୁ ଅବସର ଦିଆଯାଇଛି । ଫ୍ରାନ୍ସରେ ଦୁନିଆର ୬୦ ଜଣ ବୈଜ୍ଞାନିକ ଭୋଟିଙ୍ଗ୍ ଜରିଆରେ କିଲୋଗ୍ରାମର ସବୁଠାରୁ ବଡ ମାନକକୁ ବଦଳାଇ  ଦେଇଛନ୍ତି । ତେବେ ଆପଣଙ୍କୁ କହିରଖୁଛୁ ଯେ ସାଧାରଣ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । କିନ୍ତୁ ବିଜ୍ଞାନ କ୍ଷେତ୍ରରେ ଏହାର ବଡ ପ୍ରଭାବ ପଡିବ । ସଠିକ୍ ମାପ ରଖୁଥିବାରୁ ଏଥିରେ ଅନେକ ସମସ୍ୟା ମଧ୍ୟ ଦେଖାଯିବ । ତେବେ ବୈଜ୍ଞାନିକ ସର୍ବ ସମ୍ମତିରେ ଭୋଟ୍ ଦେଇ ଏହି ଫଇସଲାକୁ ନେଇଛନ୍ତି । ଅନ୍ତର ରାଷ୍ଟ୍ରୀୟ ବୈଜ୍ଞାନିକ ସମ୍ମିଳନୀରେ ଉପସ୍ଥିିତ ଥିବା ବୈଜ୍ଞାନିକ ଏହି ନିଷ୍ପତିକୁ ସର୍ବ ସମ୍ମତିରେ ନେଇଛନ୍ତି । ଏବେ ମାନକ ତଉଳାଇବା ପାଇଁ ବିଦ୍ୟୁତ୍ ଧାରାରୁ ବାହାରୁଥିବା ଉର୍ଜାର ବ୍ୟବହାର କରାଯିବ ।

ବଦଳିଗଲା କିଲୋଗ୍ରାମ : କିଲୋଗ୍ରାମ ମାପୁଥିବା ବସ୍ତୁ ଫ୍ରାନ୍ସର ରାଜଧାନୀ ପ୍ୟାରିସର ଏକ ଭଣ୍ଡାର ଭିତରେ ରଖାଯାଇଛି । ଏହା ପ୍ଲାଟିନମ୍ ରେ ପ୍ରସ୍ତୁତ ହୋଇଥିବା ଏକ ସିଲ୍ । ଯାହାକୁ ‘ଲି ଗ୍ରେଣ୍ଡ୍ କେ’ କୁହାଯାଏ । ଏହା ହେଉଛି ଏକ ସିଲିଣ୍ଡର ଏବଂ ଏହାକୁ ଇଣ୍ଟରନ୍ୟାସନାଲ୍ ପ୍ରୋଟୋକଲ୍ କିଲୋଗ୍ରାମ୍ ବୋଲି ମନାଯାଏ ।

ମିଳିଗଲା ମଞ୍ଜୁରୀ : ଫ୍ରାନ୍ସର ବର୍ସାଇଲ୍ସରେ ଆୟୋଜିତ ବୈଜ୍ଞାନିକଙ୍କ ଏକ ସମ୍ମିଳନୀକୁ ଅଧିକତର ବୈଜ୍ଞାନିକଙ୍କ କହିବାନୁସାରେ ଯାନ୍ତ୍ରିକ ଏବଂ ବୈଦ୍ୟୁତିକ ଚୁମ୍ବକୀୟ ଉର୍ଜା ଆଧାରରେ ପରିଭାଷିତ କରିବା ଆବଶ୍ୟକ ଏବଂ ଏହାପରେ ଅଧିକ ଭୋଟରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଗଲା ।

କ’ଣ ପରିବର୍ତ୍ତନ ଆସିଲା : ‘ଲି ଗ୍ରେଣ୍ଡ୍ କେ’ ୧୨୯ ବର୍ଷ ପୁରୁଣା ମାପକ । ବୈଜ୍ଞାନିକମାନେ ଏହି ମାପକକୁ ସେଥିନିମନ୍ତେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଲେ । ଏହି ମାପକ ଧିରେ ଧିରେ କ୍ଷୁର୍ଣ୍ଣ ହେଉଥିବାରୁ ଏହାକୁ ପରିବର୍ତ୍ତନ କରାଗଲା ।

ବଦଳିବ ମିଟର ଏବଂ ସେକେଣ୍ଡ :  କିଲୋଗ୍ରାମ୍ ପରେ ମିଟର ଏବଂ ସେକେଣ୍ଡ ମାପକ ମଧ୍ୟ ବଦଳିବାର ଯୋଜନା ରହିଛି । ବୈଜ୍ଞାନିକଙ୍କ ନିଷ୍ପତ୍ତି ଅନୁସାରେ ଏବେ ମାପିବା ପାଇଁ ପ୍ରାକୃତିକ ବସ୍ତୁର ବ୍ୟବହାର କରାଯିବ ।