କନକ ବ୍ୟୁରୋ: ମା’ର ସାମାନ୍ୟ ଭୁଲ ଝିଅର ଜୀବନ ନେଲା । ହସ୍ପିଟାଲରେ ଚିକିତ୍ସାଧିନ ଥିବା ଝିଅକୁ ପାଣି ବଦଳରେ ଭୁଲରେ ସ୍ପିରିଟ ପିଆଇଦେଲା ମା’ । ଫଳରେ କିଛି ସମୟରେ ହିଁ ଝିଅର ଜୀବନ ଚାଲିଗଲା । ଏଭରି ଘଟଣା ଘଟିଛି ତାମିଲନାଡୁ ମଦୁରାଇର ଏକ ହସ୍ପିଟାଲରେ ।

Advertisment

ସୂଚନା ମୁତାବକ, ୯ ବର୍ଷର ଝିଅ ଅଗଲ୍ୟାକୁ କିଡନୀ ଡାୟଲିସିସ୍ କରାଇବାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାଉଣ୍ଡରେ ଆସୁଥିବା ନର୍ସମାନେ ଝିଅର ବେଡ୍ ପାଖରେ ସ୍ପିରିଟ ବୋତଲ ରଖିଥିଲେ । ଝିଅ ପାଣି ମାଗିବାରୁ ଅନ୍ୟମନସ୍କ ହୋଇ ମା’ ସେହି ସ୍ପିରିଟକୁ ପାଣି ବୋଲି ଭାବି ଝିଅକୁ ପିଇବାକୁ ଦେଇଥିଲା । ଏହାର କିଛି ସମୟ ପରେ ଛଟପଟ ହୋଇ ଚାଲିଗଲା ଝିଅର ଜୀବନ । ଏଥିପାଇଁ ଝିଅର ମା’ ନର୍ସମାନଙ୍କୁ ଦାୟୀ କରିଛନ୍ତି ।