କନକ ବ୍ୟୁରୋ : ଅସରାଏ ବର୍ଷାରେ ବେହାଲ ହେଲା ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରରେ ଥିବା ଖୋର୍ଦ୍ଧା ରୋଡ ରେଳ ଷ୍ଟେସନର ନୂତନ ବିଲ୍ଡିଂ କିଛିଦିନ ତଳେ ଉଦଘାଟନ ହୋଇଥିଲା । କୋଟି କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ କରାଯାଇଥିଲା । ହେଲେ ନିର୍ମାଣର କେଇଟା ଦିନରେ ଏହାର ବାସ୍ତବ ଚିତ୍ର ସାମ୍ନାକୁ ଆସିଛି । ଷ୍ଟେସନର ମୁଖ୍ୟ ଗେଟ ସାମ୍ନାରେ ଲହଡି ମାରୁଛି ଆଣ୍ଠିଏ ଉଚ୍ଚର ବର୍ଷା ପାଣି ।

Advertisment

ଯେଉଁଥିପାଇଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିପରି ଷ୍ଟେସନ ବାହାରେ ଯାତ୍ରୀ ତଥା ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଶୌଚାଳୟ, ପାନୀୟଜଳ ସୁବିଧା ନଥିବାରୁ ଯାତ୍ରୀଙ୍କୁ ନେବାଆଣିବା କରୁଥିବା ଗାଡ଼ି ଚାଳକ ମାନେ ମଧ୍ୟ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି । ତେଣୁ ରେଳ ବିଭାଗ ତୁରନ୍ତ ଷ୍ଟେସନ ସମ୍ମୁଖରେ ଜମୁଥିବା ଜଳ ନିଷ୍କାସନର ବ୍ୟବସ୍ଥା କରିବା ସହ ନୂତନ ଷ୍ଟେସନ ମୁଖଶାଳାର ସୌନ୍ଦର୍ଯ୍ୟ ଗୁରୁତ୍ୱ ଦେବା ପାଇଁ ଦାବି ହୋଇଛି ।