ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଅନଶନରେ ବସିଛନ୍ତି ଚାଷୀ : ଫେବ୍ରୁଆରୀ ଅଧାରୁ ଧାନ କିଣାଯାଉନଥିବା ଅଭିଯୋଗ

97

କନକ ବ୍ୟୁରୋ : ମଣ୍ଡିରୁ ଧାନ ଉଠୁନଥିବା ପ୍ରତିବାଦରେ ଅନଶନରେ ବସିଛନ୍ତି ଚାଷୀ । ମଣ୍ଡିରେ ପଡିରହିଥିବା ଧାନ କିଣିବା ଦାବିରେ ଖୋର୍ଦ୍ଧା ଜିଲ୍ଲା ଗର୍ଭଣିପଡା ସୋସାଇଟି ଅଂଚଳର ଚାଷୀଙ୍କ ଅନଶନ ଆଜି ଚତୁର୍ଥ ଦିନରେ ପହଂଚିଛି । ଏପଟେ ଅନଶନରତ କିଛି ଚାଷୀଙ୍କ ସ୍ୱାସ୍ଥ୍ୟ ସମସ୍ୟ ଦେଖା ଦେଇଛି । ହେଲେ କୌଣସି ଅଧିକାରୀଙ୍କ ଦେଖା ନାହିଁ । ଦାବି ପୂରଣ ନହେବା ଯାଏଁ ଅନଶନ ଜାରି ରହିବ ବୋଲି କହିଛନ୍ତି ଅନଶନରତ ଚାଷୀ ।

ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ସମୟ ଅନୁସାରେ, ମାର୍ଚ୍ଚ ମାସ ଯାଏଁ ମଣ୍ଡିରୁ ଧାନ ଉଠାଇବା ବ୍ୟବସ୍ଥା ରହିଛି । କିନ୍ତୁ ଗର୍ଭଣିପଡା ସୋସାଇଟି ମଣ୍ଡିରେ ଫେବୃଆରି ମାସ ଅଧାରୁ କିଣାଯାଉ ନାହିଁ ଧାନ । ଏନେଇ ଅଂଚଳର ଚାଷୀ ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ଫଳ ମିଳିନାହିଁ । ତେଣୁ ବାଧ୍ୟ ହୋଇ ଚାଷୀମାନେ ନିଜ କଷ୍ଟ ଉପାର୍ଜିତ ଫସଲକ ମଣ୍ଡି ଜରିଆରେ ନେବାକୁ ଅନଶନରେ ବସିଛନ୍ତି ।