୨୦୦୨ରେ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରୁ କେମିତି ବାଦ ପଡିଥିଲେ ଖାରବେଳ ସ୍ୱାଇଁ ? ଦିଲ୍ଲୀରେ ପହଞ୍ଚିଥିଲେ ବି ଷଡଯନ୍ତ୍ର ଯୋଗୁ ନେଇପାରିଲେନି ଶପଥ

566

କନକ ବ୍ୟୁରୋ : ୨୦୦୨ରେ ଏକ ବିରାଟ ରାଜନୈତିକ ଷଡଯନ୍ତ୍ରର ଖୁଲାସା କରିଛନ୍ତି ଉତ୍କଳ ଭାରତ ମୁଖ୍ୟ ଐର‌୍ୟ ଖାରବେଳ ସ୍ୱାଇଁ । ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରୁ କିଭଳି ଅଳ୍ପକେ ବାଦ ପଡିଥିଲେ ସେନେଇ ଖାରବେଳ ଖୁଲାସା କରିଛନ୍ତି ।  କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ସଂକେତ ପାଇ ମା ଓ ପତ୍ନୀଙ୍କୁ ନେଇ ଦିଲ୍ଲୀ ଯାଇଥିଲେ । ହେଲ ରାଜ୍ୟ ବିଜେପିର ତୁଙ୍ଗନେତାଙ୍କ ଷଡଯନ୍ତ୍ରରେ ମନ୍ତ୍ରୀ ପଦରୁ ଅଳ୍ପକେ  ବଞ୍ଚିତ ହୋଇଥିଲେ । ୨୦୦୨ର ସେହି ତିକ୍ତ ଅନୁଭୂିତକୁ କନକ ନ୍ୟୁଜ ସହ ଏକ କାର୍ଯ୍ୟକ୍ରମରେ ଖୁଲାସା କରିଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ।

ଖାରବେଳ କହିଛନ୍ତି, ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସେ କେନ୍ଦ୍ରମନ୍ତ୍ରୀ ହେବେ ବୋଲି ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । ହେଲେ ଶେଷ ମୁହୂର୍ତ୍ତରେ ହିଁ ସେ ଏଥିରୁ ବାଦ୍ ପଡ଼ିଥିଲେ । ସେତେବେଳେ ଓଡ଼ିଶାର ନେତୃତ୍ୱ ନେଉଥିବା ଲୋକେ ତାଙ୍କୁ ବିରୋଧ କରିଥିଲେ ଏବଂ ଆରଏସଏସ୍ ତାହାକୁ ସମର୍ଥନ କରିଥିଲା । କେନ୍ଦ୍ରମନ୍ତ୍ରୀ ଭାବେ ତାଙ୍କର ଶପଥ ଗ୍ରହଣ କରାଯିବ ଖାରବେଳ ସ୍ୱାଇଁଙ୍କୁ କୁହାଯାଇଥିଲା  । ଏପରିକି ଓଡ଼ିଶାର ବିଜେପିର ପ୍ରମୁଖ ନେତାମାନେ ଦିଲ୍ଲୀରେ ତାଙ୍କ ପାଖରେ ପହଞ୍ଚିଯାଇଥିଲେ । ଶପଥ ଗ୍ରହଣ କଲାପରେ ଭୁବନେଶ୍ୱର ଆଣିବା ପାଇଁ ସମସ୍ତ ଆୟୋଜନ ମଧ୍ୟ କରି ଯାଇଥିଲେ ବିଜେପି ନେତାମାନେ ।

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ସେତେବେଳେ ବିଜେପିର ସଭାପତି ଥିଲେ, ଏବଂ ଖାରବେଳ ସ୍ୱାଇଁଙ୍କ କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ବୋଲି ଲେଖା ଦେଇଥିଲେ । ହେଲେ ଷଡ଼ଯନ୍ତ୍ରର ଶିକାର ହୋଇ ତାଙ୍କୁ ତାଙ୍କ ଅଧିକାର ମିଳିନଥିଲା । ଆଉ ଏବେ ପର୍ଯ୍ୟନ୍ତ ସେ ଘଟଣା ସେ ଭୁଲିନାହାନ୍ତି ।  ବର୍ତ୍ତମାନ ବି  ଭାରତୀୟ ଜନତା ପାର୍ଟି ସହ କୌଣସି ବୁଝାମଣା ପାଇଁ ରାଜି ନୁହଁନ୍ତି ବୋଲି କହିଛନ୍ତି ଖାରବେଳ ସ୍ୱାଇଁ  । ତେବେ ଏବେ ବି ସେ ବିଜେପିର ଆଦର୍ଶକୁ ସମର୍ଥନ କରନ୍ତି କିନ୍ତୁ ଆଚରଣକୁ ନୁହେଁ । ବିଜେପିର କାର୍ଯ୍ୟକର୍ତ୍ତାଙ୍କ ଆଚରଣ ଠିକ ନୁହେଁ ବୋଲି କହିଛନ୍ତି ଖାରବେଳ ସ୍ୱାଇଁ  । ବିଜେପି ସହ ବୁଝାମଣା ପାଇଁ ରାଜି ନଥିବା ସତ୍ୱେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥକ । ହେଲେ ଆଉ ଭାରତୀୟ ଜନତା ପାର୍ଟିରେ ମିଶିବେ ନାହିଁ ବୋଲି କହିଛନ୍ତି । ବିଜେପି ବିଶ୍ୱାସଘାତ କରିବା ସହ  ଅପମାନିତ କରିଛି । ମୁଁ ସେସବୁ ଭୁଲି ପାରୁନାହିଁ ବୋଲି କହିଛନ୍ତି ଖାରବେଳ ସ୍ୱାଇଁ ।