କରୋନା ପରର ଖଣ୍ଡଗିରି ମେଳା। ଜମୁଛି ସାଧୁସନ୍ଥଙ୍କ ମେଳି, ମୁଖ୍ୟ ଆକର୍ଷଣ ସାଜିଛନ୍ତି ବାବା।

280

କନକ ବ୍ୟୁରୋ: ଭଜନ କୀର୍ତ୍ତନରେ କମ୍ପୁଛି ଖଣ୍ଡଗିରି । ବିଶ୍ୱଶାନ୍ତି ପାଇଁ ସାଧୁସନ୍ଥ ଆରମ୍ଭ କରିଛନ୍ତି ଯଜ୍ଞ । କରୋନା ପରର ଖଣ୍ଡଗିରି ମେଳାରେ ଧିରେ ଧିରେ ଜମି ଆସୁଛି ଆସର । ଖଣ୍ଡଗିରି ମେଳାରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ତଲୱାର ବାବା । ବେଶଭୂଷା ଅନ୍ୟ ସାଧୁଙ୍କ ଭଳି ହୋଇଥିବାବେଳେ ସାଙ୍ଗରେ ଧରିଛନ୍ତି ଖଣ୍ଡା । ଗୁଜରାଟରୁ ଆସିଛନ୍ତି ତଲୱାର ବାବା । ଆଉ ଖଣ୍ଡା ଧରି ବିଭିନ୍ନ ଯୋଗମୁଦ୍ରା କରିବାରେ ତଲୱାର ବାବା ବେଶ ପାରଙ୍ଗମ ।

ଖଣ୍ଡଗିରିରେ ସାଧୁସନ୍ଥଙ୍କ ମେଳି ମଧ୍ୟରେ ଜଣେ ମହିଳା ସନ୍ୟାସୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପଶ୍ଚିମବଙ୍ଗରୁ ଖଣ୍ଡଗିରି ମେଳାକୁ ଆସିଛନ୍ତି ସନ୍ୟାସିନୀ ଛନ୍ଦା । ୩୦ ବର୍ଷ ହେଲା ମୁଣ୍ଡରେ ପାନିଆ ବାଜିନାହିଁ କି ମୁଣ୍ଡ ବି ଧୋଇନାହାନ୍ତି ।

ଖଣ୍ଡଗିରି ମେଳାରେ କେବଳ ଓଡିଆ ନୁହନ୍ତି ସାଧୁସନ୍ଥଙ୍କ ଆଶୀର୍ବାଦ ନେବାକୁ ଆସିଛନ୍ତି ବିଦେଶୀ ଦମ୍ପତି । ଫ୍ରାନ୍ସର ଦମ୍ପତି ଓଡିଶା ବୁଲିବାକୁ ଆସିଥିବାବେଳେ ଖଣ୍ଡଗିରିରେ ସାଧୁସନ୍ଥଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ଗତଥର ଭଳି ଏଥର ବି ଷ୍ଟାଣ୍ଡିଂ ବାବା ଗୋଟିଏ ଗୋଡରେ ଛିଡା ହୋଇ ସାଧାନା କରୁଥିବା ବେଳେ ଡାକ୍ତରବାବା ଶ୍ରଦ୍ଧାଳୁଙ୍କ ସହ ଧର୍ମଚର୍ଚ୍ଚା କରୁଛନ୍ତି ।