ପ୍ରଶାସନର କଟକଣା ଭିତରେ ଖଣ୍ଡଗିରିରେ ଆରମ୍ଭ ହେଲା ମାଘମେଳା : କେବଳ ନୀତି ରକ୍ଷା ପାଇଁ ହେବ ହୋମ, ଯଜ୍ଞ ଓ ପୂଜାପାଠ

ଜମିଲାଣି ୨ଶହରୁ ଅଧିକ ସାଧୁ ସନ୍ଥଙ୍କ ଭିଡ; ୯ ଦିନ ପର୍ଯ୍ୟନ୍ତ ବିଶ୍ୱଶାନ୍ତି ପାଇଁ ଚାଲିବ ମହାଯଜ୍ଞ

79

କନକ ବ୍ୟୁରୋ : କରୋନା କଟକଣା ଲଗାଇ ଖଣ୍ଡଗିରି ମେଳାକୁ ବନ୍ଦ କରିଛି ପ୍ରଶାସନ । କେବଳ ନୀତି ରକ୍ଷା ପାଇଁ ପୂଜା, ଯଜ୍ଞ ହେବ ବୋଲି ଘୋଷଣା କରିଥିଲା । ଏଥିପାଇଁ ଋଷିକେଶ, ହରିଦ୍ୱାରରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ସାଧୁସନ୍ଥଙ୍କ ସମାଗମ ହେଲାଣି ।

୯ ଦିନ ପର୍ଯ୍ୟନ୍ତ ସାଧୁମାନେ ଖଣ୍ଡଗିରି ଗୁମ୍ଫା ଓ ଜଙ୍ଗଳରେ ଅବସ୍ଥାନ କରି ବିଶ୍ୱଶାନ୍ତି ପାଇଁ ମହାଯଜ୍ଞ କରିବେ । ନାମଯଜ୍ଞ, ସଂକୀର୍ତନ ସହ ମାଆ ବାରଭୁଜାଙ୍କ ନିକଟରେ ରାମଚରିତ ମାନସ ପାରାୟଣ, ହନୁମାନ ଚାଲିସା ପାଠ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି କରିଛି ମନ୍ଦିର କମିଟି । ଆଜି ସଂଧ୍ୟାରେ ଜାଗମରା ନାଗା ମଠରୁ ପ୍ରଭୁ ଅନନ୍ତ କେଶରୀଙ୍କ ମେଳଣ କରାଯିବ । ବିରାଟ ଶୋଭାଯାତ୍ରାରେ ପ୍ରଭୁଙ୍କୁ ଉଦୟଗିରି ସ୍ଥିତ ରାଣୀ ଗୁମ୍ଫାକୁ ଅଣାଯିବ । ତେବେ ଚଳିତ ବର୍ଷ ମେଳା ଓ ଯାତ୍ରାକୁ ପ୍ରଶାସନ ବନ୍ଦ କରିଛି । ସାଧାରଣ ଭକ୍ତଙ୍କ ସମାଗମ ଉପରେ କଟକଣା ରହିଛି ।