ଦୁର୍ନୀତି ନାଁରେ ୱେବ ପୋର୍ଟାଲ ଖୋଲି ଲୋକଙ୍କୁ ଧମକ ଦେଉଥିଲା । ଏବେ ନିଜେ ପୋଲିସ ହାତରେ ବନ୍ଧାହେଲା ।

103

କନକ ବ୍ୟୁରୋ: ନିଜକୁ ସାମ୍ବାଦିକ କହି, ଦୁର୍ନୀତି ନାଁରେ ଏକ ୱେବ ପୋର୍ଟାଲ ଖୋଲିଥିଲା । ଆଉ ସବୁ ଦୁର୍ନୀତିର ପର୍ଦ୍ଦାଫାସ କରିବ କହି, ଦୁର୍ନୀତି ନାଁରେ କରି ଚାଲିଥିଲା ମହାଦୁର୍ନୀତି । ଆଉ ଅନ୍ୟକୁ ଫସାଇ ଦେବ କହି ଆଜି ନିଜେ ଫସିଗଲା ।

ନିଜକୁ ସାମ୍ବାଦିକ ବୋଲାଉଥିବା ଏପରି ଏକ ଠକକୁ ସୋମବାର ଗିରଫ କରିଛି ଖଣ୍ଡଗିରି ପୋଲିସ । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦଲାଲର ଟାର୍ଗେଟରେ ଥିଲେ ମହିଳା ଓ ମାଲାମାଲ ବ୍ୟକ୍ତି । ଯେକୌଣସି ମହିଳାଙ୍କର ଫେସବୁକ୍ରୁ ଫଟୋ କାଢି, ଅଭଦ୍ରାମୀର ସବୁ ସୀମା ଟପି, ପୋର୍ଟାଲରେ ନ୍ୟୁଜ କରୁଥିଲା ଏହି ଦଲାଲ । ନ୍ୟୁଜର ଏହି ଲିଙ୍କକୁ ତାଙ୍କ ପାଖକୁ ପଠାଇ, ଭାଇରାଲ କରିଦେବ ବୋଲି ଧମକ ଦେଉଥିଲା । ଆଉ ୫ ଲକ୍ଷ ଟଙ୍କା ଦେଲେ ପୋର୍ଟାଲରୁ ନ୍ୟୁଜ ହଟିଯିବ ବୋଲି ଡିଲ୍ କରୁଥିଲା । ମିଛରେ ହେଉ ପଛେ ଅନେକ ଲୋକ ଇଜତକୁ ଡରି ତାକୁ ଟଙ୍କା ଦେଇ ଦେଉଥଲେ । ଆଉ ଏହି ଠକ ତାର ବେପାର ଜାରି ରଖିଥିଲା । କେବଳ ଭୁବନେଶ୍ୱର ନୁହେଁ, ରାଜଧାନୀ ବାହାରେ ବି ଦୁର୍ନୀତିର ଜାଲ ବୁଣିଥିଲା ଏଇ ଦୁର୍ନୀତିଗ୍ରସ୍ତ ଦଲାଲ ।