ଦେଶୀ ଗୀତକୁ ବିଦେଶୀ ଡ୍ୟାନ୍ସର ! ରାଜଧାନୀରେ ଜମୁଛି ଖଣ୍ଡଗିରି ଯାତ୍ରା, ଛାତିଥରା ଡାଏଲଗରେ କମ୍ପୁଛି ମଂଚ ।  

458

କନକ ବ୍ୟୁରୋ : ରାଜଧାନୀରେ ଜମୁଛି ଖଣ୍ଡଗିରି ଯାତ୍ରା । ଏହାରି ଭିତରେ ଦର୍ଶକଙ୍କ ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି ଯାତ୍ରା । ମୁଖ୍ୟ ଆକର୍ଷଣ ସାଜିଛନ୍ତି ଋଷିଆ ଡ୍ୟାନ୍ସର । ମଂଚ ଦେଶୀ , କିନ୍ତୁ ଡ୍ୟାନ୍ସରେ ଜଲୱା ଦେଖାଉଛନ୍ତି ବିଦେଶୀ ଡ୍ୟାନ୍ସର । ବଲିଉଡର ହଟ୍ ଆଇଟମ୍ ସଙ୍ଗ ଠାରୁ ରଙ୍ଗବତୀ , ବନ୍ଦେ ଉକ୍ରଳ ଜନନୀ ପର୍ଯ୍ୟନ୍ତ ଦର୍ଶକଙ୍କ ମନ ଜିଣିଛି ବିଦେଶୀ ଡ୍ୟାନ୍ସରଙ୍କ ଠୁମକା । ଗୀତ ଦେଶୀ , ହେଲେ ଡ୍ୟାନ୍ସର କିନ୍ତୁ ବିଦେଶୀ । ନା ଗୀତର ଅର୍ଥ ଜାଣନ୍ତି, ନା ଏହି ଭାଷାର ଧାର୍ ବି ଧରନ୍ତି । ହେଲେ ପାଦକୁ ପାଦ ମିଳାଇ, ଠୁମକା ଲଗେଇ ଯେଉଁ ଅନ୍ଦାଜରେ ଡ୍ୟାନ୍ସ କରୁଛନ୍ତି ଦେଖିବା ଲୋକ ବି ଦିୱାନା ହୋଇଯିବ । ଆଉ ଏମାନେ ହେଉଛନ୍ତି ଋଷୀୟ ଡ୍ୟାନ୍ସର ।

ଜମୁଛି ଖଣ୍ଡଗିରି ମେଳାର ଯାତ୍ରା । ଖାସ୍ କରି ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିବାକୁ ହାଇଡିମାଣ୍ଡରେ ଆସୁଛନ୍ତି ବିଦେଶୀ ଡ୍ୟାନ୍ସର । କେବଳ ବିଦେଶୀ ନୁହଁନ୍ତି ରାଜ୍ୟ ବାହାରର ଷ୍ଟାର ଆଇଟମ୍ ଗର୍ଲ ବି ଆସୁଛନ୍ତି ହାଇପେଡରେ । ଡ୍ୟାନ୍ସର ହେଉଛନ୍ତି ରାନୀ ପଣ୍ଡା । ଛତିଶଗଡର ଆଗଧାଡିର ଆଇଟମ୍ ଡ୍ୟାନ୍ସର । ମଂଚରେ ରାତିର ଚିକମିକ୍ ଆଲୁଅ ଭିତରେ ଡିଜେ ସାଉଣ୍ଡରେ ଜମୁଛି ମେଲୋଡି ତଡକା । ଯାତ୍ରାରେ ନାମୀଦାମୀ କଳାକାରଙ୍କ ଲାଇଭ୍ ପରଫରମାନ୍ସ ଦେଖିବା ସହ ଅନେକ ଦର୍ଶକ ଆସୁଛନ୍ତି ମେଲୋଡି ତଡକାର ଝଲକ ନେବାକୁ । ଖଣ୍ଡଗିରି ଯାତ୍ରା ପାର୍ଟିର ମାଲିକ ବି କେଉଁଥିରେ ବି ଅବହେଳା କରିନାହାନ୍ତି । ଷ୍ଟାର ଖଳନାୟକ ଦୈତାରୀ ପଣ୍ଡା, ଯାତ୍ରା ମହାବଳ ସଂଜୟ ଭୋଳଙ୍କ ଛାତିଥରା ଡାଏଲଗରେ କମ୍ପୁଛି ମଂଚ ।