ଆଜିଠୁ ଆରମ୍ଭ ରାଜଧାନୀର ସବୁଠୁ ବଡ କୁମ୍ଭମେଳା : ଖଣ୍ଡଗିରି ଓ ଉଦୟଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ; ସୁରକ୍ଷା ପାଇଁ ୬ ପ୍ଲାଟୁନ୍ ଫୋର୍ସ ମୁତୟନ

127

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ରାଜଧାନୀର ସବୁଠୁ ବଡ ଖଣ୍ଡଗିରି କୁମ୍ଭ ମେଳା । ଖଣ୍ଡଗିରି ଓ ଉଦୟଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ । ୯ ଦିନ ଧରି ଚାଲିବାକୁ ଥିବା ଏହି ମେଳା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଜଜ୍ଞ, ଜପତପ, ପୂଜାର୍ଚ୍ଚନା କରିବେ । ରାମଚରିତ ମାନସ ପାଠ ଯୋଗୁ କମ୍ପିବ ଖଣ୍ଡଗିରି ଓ ଉଦରଗିରି ପାହାଡ । ଆଜି ମାଆ ବାରଭୂଜା ପାଖେ ଭୋଗ ଲାଗି ହେବ ।

ଏଥିପାଇଁ ଷ୍ଟାଣ୍ଡିଂ ବାବା, ହୁଗୁଳିରୁ ସୁନନ୍ଦା ମାତା, ଅନନ୍ତଗିରି ନାଗା ବାବା, ଡାକ୍ତର ବାବାଙ୍କ ଭଳି ବିଭିନ୍ନ ରାଜ୍ୟରୁ ଶତାଧିକ ବାବା ଆସି ଏଠାରେ ପହଞ୍ଚି ସାରିଛନ୍ତି । ଦୁଇ ବର୍ଷ ପରେ ବିନା କୋଭିଡ କଟକଣାରେ ମେଳାର ଆୟୋଜନ କରଯାଉଥିବା ପ୍ରବଳ ଭିଡ ଆଶଙ୍କା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସେଥିରୁ ୨ ପ୍ଲାଟୁନ୍ ଫୋର୍ସ କେବଳ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି । ସେପଟେ ଯାତ୍ରା ପାର୍ଟିମାନେ ଆସି ମଧ୍ୟ ଖଣ୍ଡଗିରିରେ ପହଞ୍ଚି ସାରିଲେଣି ।