କନକ ବ୍ୟୁରୋ: ପଳାତକ ଖଲିସ୍ତାନୀ ନେତା ଅମ୍ରୁତପାଲ ସିଂ ଗିରଫ । ଆତ୍ମସମର୍ପଣ କରିବା ପରେ ଅମୃତପାଲଙ୍କୁ ମୋଗାର ଗୁରୁଦ୍ୱାରାରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ୩୬ ଦିନ ପରେ ଫେରାର ଥିବା ଅମ୍ରୁତପାଲ ଗିରଫ ହୋଇଛି । ଗତ ମାର୍ଚ୍ଚ ୧୮ ତାରିଖରୁ ସେ ଫେରାର ଥିଲା । ରବିବାର ସକାଳେ ପଞ୍ଜାବର ମୋଗା ପୁଲିସ ପାଖରେ ଆତ୍ମସପର୍ମଣ କରିଥିଲା । ପରେ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରହିଛି ।

Advertisment

ପୁଲିସ ସୂଚନା ମୁତାବକ, ରବିବାର ମୋଗା ଜିଲ୍ଲାର ରୋଡ ଭିଲେଜ ଅଂଚଳରେ ଥିବା ଏକ ଗୁରୁଦ୍ୱାରକୁ ଯାଇଥିଲା । ସେଠାରେ ସରଣ ପଶିବା ସହ ପ୍ରବଚନ ଦେଉଥିା ଅମୃତପାଲ । ଗୁରୁଦ୍ୱାରରୁ କେହି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସେଠାରେ ପହଂଚିବା ପରେ ଅମୃତପାଲ ଆତ୍ମସମତ୍ପଣ କରିଥିଲା । ପରେ ପୁଲିସ ତାଙ୍କୁ ଗିରଫ କରିଛି । ଅମ୍ରୁତପାଲକୁ ଆସାମର ଡିବ୍ରୁଗଡ଼କୁ ନିଆଯିବା ନେଇ ସୂଚନା ମିଳିଛି । ସେଠାରେ ତାଙ୍କର ଅନ୍ୟ ୮ ଜଣ ଘନିଷ୍ଠ ସହଯୋଗୀ ଗିରଫ ହୋଇ ଏନଆଇଏ ହେପାଜତରେ ଅଛନ୍ତି । ଅମ୍ରୁତପାଲ ଫେରାର ହେବା ପରେ ତାଙ୍କର ଏହି ସହଯୋଗୀଙ୍କୁ ଜାତୀୟ ସୁରକ୍ଷା ଆକ୍ଟ ଅନୁସାରେ ସମସ୍ତଙ୍କୁ ଗିରଫ କରାଯାଇଥିଲା । ଅମ୍ରୁତପାଲଙ୍କୁ ସେଠାରେ ଏନଆଇଏ ଜେରା କରିବ ବୋଲି ସୂଚନା ମିଳିଛି । ଖଲିସ୍ତାନୀ-ପାକିସ୍ତାନୀ ଏଜେଂଟ କୁହାଯାଉଥିବା ଅମ୍ରୁତପାଲଙ୍କ ଗତ କିଛି ବର୍ଷ ହେବ ପଞ୍ଜାବର ସକ୍ରିୟ ଥିଲେ । ପଞ୍ଜାବର ଖଲିସ୍ତାନୀ ସଙ୍ଗଠନ ‘ୱାରିସ ପଞ୍ଜାବ ଦେ’ ନେତୃତ୍ୱଭାର ଗ୍ରହଣ କରିବା ସହ ଆତଙ୍କରାଜ ଚଳାଇଥିଲେ । ଗତ ମାର୍ଚ୍ଚରେ ଅମୃତପାଲକୁ ଗିରଫ କରିବାକୁ ପୁଲିସ ଯାଇଥିବା ବେଳେ ପୁଲିସକୁ ଚକମା ଦେଇ ସେ ଫେରାର ହୋଇଯାଇଥିଲେ ।

କେମିତି ଗିରଫ ହେଲେ ଅମୃତପାଲ?
ମୋଗା ଜିଲ୍ଲାର ଏକ ଗୁରୁଦ୍ୱାରରେ ଶରଣ ନେଇଥିଲା ଅମ୍ରୁତପାଲ ସିଂ
ଗୁରୁଦ୍ୱାରରେ ପ୍ରବଚନ ଦେଉଥିଲା ଅମୃତପାଲ
ଅମୃତପାଲକୁ ଦେଖି ପୁଲିସକୁ ସୂଚନା ଦେଇଥିଲେ ଗ୍ରନ୍ଥି
ଖବର ପାଇ ଗୁରୁଦ୍ୱାରରେ ପହଂଚିଥିଲା ମୋଗା ପୁଲିସ
ମୋଗା ଜିଲ୍ଲାର ରୋଡ ଭିଲେଜ ଅଂଚଳର ଥିଲା ଏହି ଗୁରୁଦ୍ୱାର
ସେଠାରେ ପୁଲିସ ନକଟର ଆତ୍ମସମର୍ପଣ କରିଥିଲା ଅମୃତପାଲ
ଗିରଫ ପରେ ଆସାମର ଦିବ୍ରୃଗଡ଼ ଜେଲକୁ ଯିବ ଅମୃତପାଲ
ଦିବ୍ରୃଗଡ଼ରେ ଏନଆଇଏ ଅମୃତପାଲ ଜେରା କରିବ
ଦିବ୍ରୃଗଡ଼ ଜେଲରେ ପୂର୍ବରୁ ତାଙ୍କ ୮ ସହଯୋଗୀ ଅଛନ୍ତି
ସେମାନଙ୍କୁ ନ୍ୟାସନାଲ ସିକ୍ୟୁରିଟି ଆକ୍ଟରେ ଗିରଫ କରାଯାଇଛି
ସେଠରେ ଅମୃତପାଲଙ୍କ ସହ ସହଯୋଗୀ ଜେରା କରିବ ଏନଆଇଏ

କ’ଣ ରହିଛି ମାମଲା?
ଖଲିସ୍ତାନୀ-ପାକିସ୍ତାନୀ ଏଜେଂଟ ଭାବେ ତାଙ୍କ ବିରୋଧରେ ଅଭିଯୋଗ ରହିଛି
ବେଆଇନ ଭାବେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଣୁଥିବା ନେଇ ଗୁଇନ୍ଦା ବିଭାଗ କହିଛି
ଗୁପ୍ତଚରଙ୍କ ସହାୟତାରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଣିଥାଏ ଅମୃତପାଲ
ଅମୃତପାଲ ପଞ୍ଜାବକୁ ଦୁଇ ଭାଗ କରିବାକୁ ଷଡ଼ଯନ୍ତ୍ର ରଚିଛି
ସାମ୍ପ୍ରଦାୟିକ ଦଙ୍ଗା କରି ଖଲିସ୍ଥାନୀ ଭାବେ ନୂଆ ଦେଶ ଗଠନ ଲକ୍ଷ୍ୟ
ଯୁବପିଢିଙ୍କୁ ବନ୍ଧୁକ ଧରିବାକୁ ଅମୃତପାଲ ଉସୁକାଉଥିବା ଅଭିଯୋଗ ରହିଛି
ବିଦେଶରୁ ବେଆଇନ ଭାବେ ଟଙ୍କା ଆଣି ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗ
ଜାତୀୟ ସୁରକ୍ଷା ଆକ୍ଟରେ ଅମୃତପାଲଙ୍କ ବିରୋଧରେ ମାମଲା ରହିଛି
ଅମ୍ରୁତପାଲଙ୍କ ୮ ଘନିଷ୍ଠ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି
ସେମାନଙ୍କ ବିରୋଧରେ ମଧ୍ୟ ଜାତୀୟ ସୁରକ୍ଷା ଆକ୍ଟରେ ମାମଲା ରହିଛି
ଅମୃତପାଲଙ୍କ ସହଯୋଗୀଙ୍କୁ ଥାନାରୁ ଜୋରଜବଦସ୍ତି ନେଇଆସିଥିଲେ
ତାଙ୍କର ଶତାଧିକ ସମର୍ଥକ ଖଣ୍ଡା, ବନ୍ଧୁକ ଧରି ଆତଙ୍କରାଜ ଖେଳାଇଥିଲେ