ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ଚମକି ପଡିଲେ ଉପ ମୁଖ୍ୟମନ୍ତ୍ରୀ, ମାଇକ୍ ଫିଙ୍ଗି ଇଣ୍ଟରଭ୍ୟୁ ବର୍ଜନ

484

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କେଶପ ପ୍ରସାଦ ମୌର୍ଯ୍ୟଙ୍କ ରାଗ ଦେଖିବାକୁ ମିଳିଛି ଏକ ଇଣ୍ଟରଭ୍ୟୁରେ । ସେଠାରେ ଯେତେବେଳେ ସାମ୍ବାଦିକ ଜଣଙ୍କ ତାଙ୍କୁ ଧର୍ମ ସଂସଦ ସହିତ ଜଡିତ କିଛି ପ୍ରଶ୍ନ ପଚାରିଥିଲେ ସେତେବେଳେ ସେ ଏତେ ରାଗି ଯାଇଥିଲେ କି ଇଣ୍ଟରଭ୍ୟୁ ଛାଡି ଚାଲିଯିବା ସହ ମାଇକ ଫିଙ୍ଗି ଦେଇଥିଲେ । ସେ କହିଥିଲେ କି ଧର୍ମ ସଂସଦ ନିର୍ବାଚନ ସହିତ ଜଡିତ ପ୍ରସଙ୍ଗ ନୁହେଁ ଏହାସହ ସାଧୁସନ୍ଥମାନେ ସେମାନଙ୍କ ମଞ୍ଚରେ ତାଙ୍କର ମତ ରଖିବାର ଅଧିକାର ରହିଛି ବୋଲି ୟୁପି ଉପ ମୁଖ୍ୟମନ୍ତ୍ରୀ କହିଥିଲେ ।

ଏକ ଜାତୀୟ ଗଣମାଧ୍ୟମରେ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସାମ୍ବାଦିକ ଜଣଙ୍କ  ହରିଦ୍ୱାର ଓ ରାୟପୁରରେ ହୋଇଥିବା ଧର୍ମ ସଂସଦ ଉପରେ ପ୍ରଶ୍ନ ପଚାରିଥିଲେ । ଏହି ପ୍ରଶ୍ନ ଶୁଣିବା ପରେ ମୌର୍ଯ୍ୟ ଏତେ ରାଗିଯାଇଥିଲେ କି ମାଇକ ଫିଙ୍ଗିଦେଇ ଇଣ୍ଟରଭ୍ୟୁରୁ ବାହାରି ଯାଇଥିଲେ । କେବଳ ସେତିକି ନୁହେଁ ମୌର୍ଯ୍ୟ ତାଙ୍କ ସୁରକ୍ଷାକର୍ମୀଙ୍କୁ ଡାକି ଇଣ୍ଟରଭ୍ୟୁରେ ସୁଟିଂ ହୋଇଥିବା ଭିଡିଓ ଫୁଟେଜ ବି ଡିଲିଟ କରାଇ ଦେଇଥିଲେ । ଏହାପରେ କୌଣସି ପ୍ରକାର ଭିଡିଓ ଫୁଟେଜଗୁଡିକୁ ଚ୍ୟାନେଲ ପକ୍ଷରୁ ରିକୋଭରୀ କରାଯାଇଛି ।

କହିରଖୁ କି ଉକ୍ତ ଇଣ୍ଟରଭ୍ୟୁରେ ସାମ୍ବାଦିକ ଜଣଙ୍କ ଧର୍ମ ସଂସଦରେ ମୁସଲିମ ଓ ମହାତ୍ମା ଗାନ୍ଧୀଙ୍କୁ ନେଇ ସାଧୁମାନେ ଯେଭଳି ଭାବେ ଅବଶବ୍ଦ ବ୍ୟବହାର କରିଥିଲେ ତାହା ଉପରେ ପ୍ରଶ୍ନ ପଚାରିଥଲେ । ଏନେଇ ମୌର୍ଯ୍ୟ କହିଥିଲେ କି ବିଜେପିକୁ କୌଣସି ପ୍ରକାର ପ୍ରମାଣ ପତ୍ରର ଆବଶ୍ୟକତା ନାହିଁ , ବିଜେପି କେବସ ସବକା ସାଥ ଓ ସବକା ବିକାଶ ଉପରେ ଆଲୋଚନା କରିବାକୁ ଚାହେଁ ବୋଲି ମୌର୍ଯ୍ୟ କହିଥିଲେ ।

ମୌର୍ଯ୍ୟ  ଆହୁରି ଜମ୍ମୁ କାଶ୍ମୀରର ଉଦାହରଣ ଦେଇ କହିଥିଲେ କି ଜମ୍ମୁ-କାଶ୍ମୀରରୁ ୩୭୦ ହଟାଯିବା ପୁର୍ବରୁ କେତେ ଲୋକ ସେଠାରୁ ପଳାୟନ କରିଥିଲେ ତାହା ଉପରେ କାହିଁକି ପ୍ରଶ୍ନ ପଚରାଯାଉ ନାହିଁ । ଅନ୍ୟପଟେ ଧର୍ମ ସଂସଦ ଭାରତୀୟ ଜନତା ପାର୍ଟି ଦ୍ୱାରା ଆୟୋଜିତ କରାଯାଇଥିଲା କି ବୋଲି ସେ ଉଲଟା ସାମ୍ବାଦିକଙ୍କୁ ପ୍ରଶ୍ନ କରିଥିଲେ । ସାଧୁସନ୍ଥମାନେ ସେମାନଙ୍କ ସଂସଦରେ କଣ ବୟାନ ରଖିବେ ତାହା ସେମାନଙ୍କ ଉପରେ ନିର୍ଭର କରେ ବୋଲି ମୌର୍ଯ୍ୟ ସ୍ପଷ୍ଟ କରିଥିଲେ ।