ଲୋକପ୍ରିୟ ଗାୟିକା ଅନୁରାଧା ପଡୱାଲଙ୍କୁ ନେଇ ସାଂଘାତିକ ଟିପ୍ପଣୀ ଦେଲେ ମହିଳା : କହିଲେ , ଅନୁରାଧା ହେଉଛନ୍ତି ତାଙ୍କ ମା’

3,241

ହିନ୍ଦୀ ସିନେମାର ନାମୀଦାମୀ ଗାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅନୁରାଧା ପଡୱାଲ । ବର୍ତ୍ତମାନ ତାଙ୍କୁ ନେଇ ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିଛି । କେରଳର ଜଣେ ୪୫ ବର୍ଷୀୟ ମହିଳା ତାଙ୍କ ଝିଅ ହୋଇଥିବା ଦାବି କରିଛନ୍ତି । ୧୯୭୪ ରେ ସେ ଜନ୍ମ ହୋଇଥିବା କରମାଲା ମୋଡିକସ କହିଛନ୍ତି ଯେ, ତାଙ୍କ ମା’ ଅର୍ଥାତ ଅନୁରାଧା ତାଙ୍କୁ ଜନ୍ମ ଦେବା ପରେ ଛାଡି ଚାଲିଯାଇଥିଲେ । ସେ ୪ ଦିନର ହୋଇଥିବା ବେଳେ ଅନୁରାଧା ଅଜଣା ବ୍ୟକ୍ତିଙ୍କ ଘରେ ତାଙ୍କୁ ଛାଡି ଦେଇଥିଲେ । କରମାଲା ଜିଲ୍ଲା ପରିବାର ଅଦାଲତରେ ମାମଲା ରୁଜୁ କରି ୫୦ କୋଟି ଟଙ୍କା ମାଗିଛନ୍ତି ।

ମହିଳା ଜଣଙ୍କ ଇଂରାଜୀ ପତ୍ରିକା ଇଣ୍ଡିଆନ ଏକ୍ସପ୍ରେସକୁ ଜଣାଇଛନ୍ତି ଯେ, ଗାୟିକା ଅନୁରାଧା ସେତେବେଳେ ତାଙ୍କ ଲାଳନପାଳନ କରିବାକୁ ଚାହୁଁନଥିଲେ । ଅନୁରାଧା ତାଙ୍କ ମା’ ବୋଲି ୫ ବର୍ଷ ହେବ କରମାଲା ତାଙ୍କ ବାପାଙ୍କ ଠାରୁ ଜାଣିଲେ । ବାପା ପଞ୍ଚାନନ ସେହି ସମୟରେ ମହାରାଷ୍ଟ୍ର ସେନା ଅଧ୍ୟକ୍ଷ ଥିଲେ । ତାଙ୍କର ଗାୟିକା ଅନୁରାଧାଙ୍କ ସହ ଭଲ ସମ୍ପର୍କ ଥିଲା ବୋଲି ମଧ୍ୟ କହିଛନ୍ତି । ଅନେକ ଚେଷ୍ଟା କରିଥିଲେ ମଧ୍ୟ କରମାଲା ଅନୁରାଧାଙ୍କ ସହ ସାକ୍ଷାତ କରିପାରିନଥିଲେ। କରମାଲାଙ୍କ ଓକିଲ ଅନିଲ ପ୍ରସାଦଙ୍କ ଅନୁଯାୟୀ, ଅନୁରାଧା ଓ ତାଙ୍କ ପରିବାର ୨୭ ଜାନୁଆରୀରେ କୋର୍ଟରେ ଉପସ୍ଥିତ ହେବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.