ଦୁନିଆର ରହସ୍ୟମୟୀ ଗାଁ । ଏଠାରେ ଜନ୍ମ ନିଅନ୍ତି କେବଳ ଯାଆଁଳା ପିଲା

299

କନକ ବ୍ୟୁରୋ : ସମଗ୍ର ବିଶ୍ୱରେ ଭାରତୀୟ ଗ୍ରାମ ଗୁଡ଼ିକ ସେମାନଙ୍କର ଫସଲ, ଅମଳ, ସାକ୍ଷରତା ହାର ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ଭାରତରେ ରହିଛି ଏମିତି ଏକ ଗାଁ ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବିଶ୍ୱର ରହସ୍ୟମୟୀ ଗାଁ , ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ପିଲା । ସାରା ବିଶ୍ୱରେ ଏମିତି ଏକ ଗାଁ , ଯାହା କେବଳ ଆମ ଭାରତ ନୁହେଁ ସାରା ବିଶ୍ୱ ପାଇଁ ଏକ ରହସ୍ୟ । ଆଉ ଏହି ଗାଁ ରହିଛି ଆମ ଭାରତରେ । ଦକ୍ଷିଣ ଭାରତର କେରଳର ମଲ୍ଲାପୁରମ ଜିଲ୍ଲାର କୋଡିନି ଗ୍ରାମ । ଏହି ଗାଁ ଏକ ରହସ୍ୟମୟ ସ୍ଥାନ ଯେଉଁଠାରେ ବାସ କରନ୍ତି ୪୦୦ ରୁ ଅଧିକ ଯାଆଁଳା । ପିଢି ପରେ ପିଢି ବଦଳୁଛି । ପ୍ରତି ପିଢିରେ ଜନ୍ମ ନେଉଛନ୍ତି କେବଳ ଯାଆଁଳା ପିଲା । ଏହି ଗାଁକୁ ଯିଏ ଥରେ ଆସିଛି , ସିଏ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଛି । ଦୁନିଆରେ ଏପରି ଅନେକ ସ୍ଥାନରହିଛି ଯେଉଁଠି ଆପଣ ନିଶ୍ଚୟ ଆପଣଙ୍କ ପରି ଅବିକଳ ମଣିଷ ଟିଏ ଦେଖିବେ । ଏବଂ ଏଭଳି ଚେହେରାକୁ ଯାଆଁଳା ବୋଲି କୁହାଯାଇଥାଏ । ସମାନ ଦେଖାଯାଉଥିବା ଲୋକଙ୍କ ଦେଖିବା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି କୌତୁହଳପୂର୍ଣ୍ଣ ମଧ୍ୟ । ଯେତେବେଳେ ଆପଣଙ୍କ ଆଗରେ କୌଣସି ଯାଆଁଳା ଭାଇ ଓ ଭଉଣୀମାନେ ଯାଆନ୍ତି , ଆପଣ ନିଶ୍ଚୟ ସେମାନଙ୍କୁ ଲକ୍ଷ୍ୟ ଦେଇଥିବେ । କେରଳ ,ସାରା ଦେଶରେ ଏହା ସ୍ପାଇସ୍ ସିଟି ନାମରେ ବେଶ୍ ଜଣାଶୁଣା । କେରଳର ଏମିତି ଏକ ଗାଁ , ଯେଉଁଠି ଆପଣ କେବଳ ଯାଆଁଳା ଛୁଆ ଦେଖିବାକୁ ପାଇବେ । କେରଳ ମଲ୍ଲାପୁରମ ଜିଲ୍ଲାର କୋଢିନି ନାମକ ଏକ ରହସ୍ୟମୟୀ ଗାଁ, ଏହା ଏମିତି ଏକ ସ୍ଥାନ ଯେଉଁଠି ଆପଣ ଯାଆଁଳା ମାନଙ୍କ ଦେଖିବାକୁ ପାଇବେ ।

ସବୁଠାରୁ ବଡ଼ କଥା ହେଉଛି, ଏହା ପଛରେ ଥିବା ରହସ୍ୟକୁ ଆଜି ମଧ୍ୟ ବୈଜ୍ଞାନିକ ମାନେ ଅନୁସନ୍ଧାନ କରୁଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଏହା ପଛରେ ଥିବା ରହସ୍ୟ ସମ୍ପର୍କରେ ଡାକ୍ତର ମାନେ ମଧ୍ୟ ଜାଣି ନାହାନ୍ତି । ସମଗ୍ର ବିଶ୍ୱରେ ଦେଖାଯାଉଥିବା ଯାଆଁଳା ମାନଙ୍କ ମଧ୍ୟରୁ ଏଠାରେ ରହୁଥିବା ଯାଆଁଳା ପିଲାମାନଙ୍କ ସଂଖ୍ୟା ସର୍ବାଧିକ । ସମଗ୍ର ଭାରତରେ ଏହି ସ୍ଥାନରେ ସର୍ବାଧିକ ଯାଆଁଳା ଶିଶୁ ଦେଖିବାକୁ ମିଳିଥାଏ । କୋଚି ଠାରୁ ୧୫୦ କିମି ଦୂରରେ ଅବସ୍ଥିତ କୋଡିନି ଏକ ମୁସଲମାନ ସଂଖ୍ୟାଗରିଷ୍ଠ ଗ୍ରାମ । ଇଣ୍ଡିଆ ଟାଇମ୍ସର ରିପୋର୍ଟ ଅନୁଯାୟୀ ଏହାର ମୋଟ ଜନସଂଖ୍ୟା ପାଖାପାଖି ୨୦୦୦ । ତେବେ ଗାଁରେ ଥିବା ଏହି ଯାଆଁଳା ଛୁଆ ମାନଙ୍କ ମଧ୍ୟରେ ଅବଦୁଲହମିଦ ଏବଂ ତାଙ୍କ ଯାଆଁଳା ଭଉଣୀ କୁହ୍ନିି କାଡିଆ ସବୁଠାରୁ ବଡ । ୨୦୦୮ ମସିହାରେ ଏଠାରେ, ୩୦୦ ପିଲାଙ୍କ ମଧ୍ୟରେ ୩୦ ଜଣ ଯାଅାଁଳା ଶିଶୁ ଥିବା ବେଳେ ଧୀରେ ଧୀରେ ଏହି ସଂଖ୍ୟା ବୃଦ୍ଧି ପାଇ ୬୦ରେ ପହଂଚିଲାଣିି ।

ଡାକ୍ତରମାନେ ଏହା ପଛରେ ଥିବା ରହସ୍ୟ ବିଷୟରେ ଜାଣିପାରୁନଥିବା ବେଳେ, ଅନେକ ଲୋକ କୁହନ୍ତି ମାଆ ମାନଙ୍କ ଶାରୀରିକ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଅସୁବିଧା ଏହି ଯାଆଁଳା ଶିଶୁ ଜନ୍ମ ହେବାର କାରଣ । ମାତ୍ର ଏହା ସତ୍ୟ ନୁହେଁ , କାରଣ ଏଠାରେ ରହୁଥିବା ମହିଳା ମାନେ ସମ୍ପର୍ଣ୍ଣ ସୁସ୍ଥ ଅଟନ୍ତି । ଏବଂ ପିଲା ଜନ୍ମ ସମୟରେ କୌଣସି ସମସ୍ୟା ଦେଖାଯାଇନଥାଏ । ସମଗ୍ର ବିଶ୍ୱରେ ୧୦୦୦ ପିଲାଙ୍କ ମଧ୍ୟରେ ୪ଜଣ ଯାଆଁଳା ଶିଶୁ ଜନ୍ମ ହୋଇଥିବା ବେଳେ ଭାରତରେ ୨ଟି ଯାଆଁଳା ଶିଶୁ ଜନ୍ମ ନେଉଛନ୍ତି । ମାତ୍ର ଏହି ଗାଁରେ ପ୍ରତି ୧୦୦୦ ପିଲାରେ ୪୫ଜଣ ପିଲା ଜନ୍ମ ନେଉଛନ୍ତି । ସମଗ୍ର ବିଶ୍ୱରେ ଜନ୍ମ ନେଉଥିବା ଯାଆଁଳା ଶିଶୁଙ୍କ ତୁଳନାରେ ଭାରତ ଏହି ଗ୍ରାମ ଦ୍ୱିତୀୟ ସ୍ଥାନରେ ରହିଛି । ନାଇଜେରିଆର ଇଗବୋ ଓରାରେ ସର୍ବାଧିକ ସଂଖ୍ୟକ ଯାଆଁଳା ଛୁଆ ଜନ୍ମ ହୋଇଛନ୍ତି । ଏଠାରେ ୧୦୦୦ ପିଲାଙ୍କ ମଧ୍ୟରେ ୧୪୫ ଯାଆଁଳା ଛୁଆ ଅଛନ୍ତି । ଏହି ସ୍ଥାନକୁ ବିଶ୍ୱର ଟ୍ୱିନ୍ କ୍ୟାପିଟାଲ୍ ବୋଲି ମଧ୍ୟ କୁହାଯାଇଥାଏ । ତେବେ କେରଳର ଏହି ଗାଁରେ ରହୁଥିବା ଲୋକମାନେ ବିଶ୍ୱାସ କରନ୍ତି ଯେ, ଏଠାରେ ଜନ୍ମ ହେଉଥିବା ଯାଆଁଳା ଶିଶୁ ଭଗବାନଙ୍କ ଆଶୀର୍ବାଦ ଅଟେ ।