ଡ୍ରୋନ ଆକ୍ରମଣରେ ଭାରତୀୟ ଆଇଏସଆଇଏସ ଯୁବକର ମୃତ୍ୟୁ !

21

କନକ ବ୍ୟୁରୋ : ଡ୍ରୋନ ଆକ୍ରମଣରେ ଭାରତୀୟ ଆଇଏସଆଇଏସ ଯୁବକର ମୃତ୍ୟୁ ହୋଇଛି । ଗତ ଶୁକ୍ରବାର ଆଇଏସଆଇଏସ ଆତଙ୍କବାଦୀଙ୍କ ଉପରେ ସେନା ତରଫରୁ ଡ୍ରୋନ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଭାରତୀୟ ଯୁବକ ହଫିସୁୁଦ୍ଧିନ ଟି.କୋଲେଥଙ୍କ ମୃତ୍ୟୁ ହୋଇଛି । ଏକଥା ହଫିସୁଦ୍ଧିନଙ୍କ ପରିବାର ଲୋକ ସ୍ୱୀକାର କରିଛନ୍ତି ।

କେରଳ କାସଗୋଡା ଜିଲ୍ଲା ପଡେନ ଗାଁର ହଫିସୁଦ୍ଧିନ ୨୦୧୬ ମସିହାରେ ୨୧ ଜଣିଆ ଗ୍ରୁପ ସହ ଭାରତରୁ ଫେରାର ହୋଇ ଆଇଏସଆଇଏସରେ ସାମିଲ ହୋଇଥିଲା । ହାଫିଜର ମାଆକୁ ଆଇଏସ ଆତଙ୍କବାଦୀ ଅସଫାକ ମାଜିଦ ଟେଲିଗ୍ରାମ କରି ହଫିସୁଦ୍ଧିନ ଡ୍ରୋନ ଆକ୍ରମଣରେ ସହିଦ ହୋଇଥିବା ଜଣାଇଛି । ସୂଚନା ଅନୁସାରେ ହଫିଜୁଦ୍ଧିନଙ୍କୁ ଆଫଗାନିସ୍ତାନରେ ହିଁ ତାର ସାଥୀମାନେ କବର ଦେଇଛନ୍ତି । ଏସବୁ ସୂଚନା ଏନଆଇଏ ମଧ୍ୟ ଜାଣିଥିବା କୁହାଯାଉଛି ।