କନକ ବ୍ୟୁରୋ: ସୁପ୍ରିମକୋର୍ଟ ପରକୀୟା ପ୍ରିତି ଅପରାଧ ନୁହେଁ କହିବା ପରେ ଏମିତି ଅନେକ ମାମଲା ସାମ୍ନାକୁ ଆସିଲା ଯାହା ଆଇନ ବ୍ୟବସ୍ଥା ଉପରେ୍ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଦେଶର ବିଭିନ୍ନ ସ୍ଥାନରୁ ବିବାହିତ ପୁରୁଷଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । କେରଳରେ ଏପରି ମାମଲାରେ ଅନେକଙ୍କୁ ଜେଲଦଣ୍ଡ ମିଳିଛି ।

Advertisment

ବିବାହର ମିଛ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ତଥା ଦୁସ୍କର୍ମ ଅଭିଯୋଗ ମାମଲାରେ କେରଳ ହାଇକୋର୍ଟ କହିଛନ୍ତି ଯେଦି ପୁରଷ ଜଣଙ୍କ ବିବାହିତ ବୋଲି ଜାଣିବା ପରେ ଯୁବତୀ ତାଙ୍କ ସହ ସମ୍ପର୍କରେ ରହୁଛନ୍ତି ତେବେ ଏଥିରେ କୌଣସି ଭୁଲ ନାହିଁ । ଏହାକୁ ଦୁଷ୍କର୍ମ ବୋଲି କୁହାଯିବ ନାହିଁ ।

ଜଷ୍ଟିସ୍ କୌସର ଇଦାଗପାଥ ଏଭଳି ଏକ ମାମଲାର ଶୁଣାଣି କରି ମାମଲାକୁ ରଦ୍ଦ କରିଛନ୍ତି । କ’ଣ କହିଲେ କେରଳ ହାଇକୋର୍ଟ
-ବିବାହର ମିଛ ପ୍ରତିଶ୍ରୁତି ଦେଇ ଯୌନ ସମ୍ପର୍କ ଅଭିଯୋଗ
-ଏହି ଅଭିଯୋଗକୁ ଖାରଜ କରିଛନ୍ତି କେରଳ ହାଇକୋର୍ଟ
-ପୁରୁଷ ଜଣଙ୍କ ବିବାହିତ ବୋଲି ଜାଣିବା ପରେ ଯୁବତୀ ତାଙ୍କ ସହ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ କୁହାଯିବନି
-ଏଭଳି ସ୍ଥିତିରେ ଏହାକୁ ‘ଲଭ ଅବା ପ୍ୟାସନ’ ଅର୍ଥାତ ‘ଭଲ ପାଇବା ଅବା ଆବେଗିକ ସମ୍ପର୍କ’ ବୋଲି ଧରିନିଆଯିବ
-ଏଭଳି ଅଭିଯୋଗ କ୍ଷେତ୍ରରେ ସମ୍ପୃକ୍ତ ପୁରୁଷଙ୍କ ବିରୋଧରେ ଆଇପିସିର ଦଫା ୩୭୬ କିମ୍ବା ୩୭୫ ଲାଗିପାରିବ ନାହିଁ

କେରଳର ୩୩ ବର୍ଷିୟ ଜଣେ ବିବାହିତ ପୁରୁଷ ବିବାହର ମିଛ ପ୍ରତିଶୁତି ଦେଇ ଜଣେ ଯୁବତୀଙ୍କୁ ଦୁସ୍କର୍ମ କରିଥିବା ମାମଲାର ଶୁଣାଣି କରି ବିଚାରପତି ଏଭଳି ରାୟ ଶୁଣାଇଛନ୍ତିି ।
କ’ଣ ରହିଥିଲା ପୁରା ମାମଲା?

-କେରଳର ୩୩ବର୍ଷୀୟ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ
-ଯୁବତୀ ଜଣଙ୍କ ସେହି ପୁରୁଷଙ୍କ ସହ ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ସମ୍ପର୍କରେ ଥିଲେ
-ପୁରୁଷ ଜଣଙ୍କ ବିବାହିତ ବୋଲି ଜାଣିବା ପରେ ଯୁବତୀ ୩ ବର୍ଷ ଧରି ତାଙ୍କ ସହ ସମ୍ପର୍କ ରଖିଥିଲେ
-ଯୁବକଙ୍କ ବିରୋଧରେ ଆଇପିସି ଦଫା ୩୭୬(ଦୁଷ୍କର୍ମ), ୪୨୦(ଠକେଇ) ରେ ମାମଲା ରୁଜୁ ହୋଇଥିଲା
-୨୦୧୯ରେ କେରଳର ପେରାମଙ୍ଗଲମ ଥାନାରେ ଏହି ମାମଲା ରୁଜୁ ହୋଇଥିଲା