ହୋଲିରେ ଅଘଟଣ : କେନ୍ଦୁଝର ଢେଙ୍କିକୋଟରେ ହୋଲି ଖେଳ ସାରି ଫେରୁଥିବା ସମୟରେ ଦୁର୍ଘଟଣାରେ ଗଲା ୨ ଜଣଙ୍କ ଜୀବନ

38

କନକ ବ୍ୟୁରୋ : ହୋଲି ଖେଳ ପରେ ଅଘଟଣ । କେନ୍ଦୁଝର ଡେଙ୍କିକୋଟରେ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ହୋଲି ଖେଳ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।ଅନ୍ୟପଟେ ରଙ୍ଗ ଖେଳି ସାରି ଗାଧୋଇବା ବେଳେ ବୁଡିଗଲେ ଯୁବକ । ମହାନଦୀରେ ବାଙ୍କି କାଳିପ୍ରସାଦ ଘାଟରେ ଗାଧୋଇବା ବେଳେ ବୁଡି ଯାଇଛନ୍ତି ଯୁବକ । ମୃତକଙ୍କ ଘର ସ୍ଥାନୀୟ କୁଶପଙ୍ଗି ଗାଁରେ ଓ ତାଙ୍କ ନାଁ ରାଜା ସ୍ୱାଇଁ ବୋଲି ଜଣାପଡିଛି । ପାଣିରେ ଗୋଡ ଖସି ଯିବାରୁ ଯୁବକଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକ ମୃତଦେହ ଉଦ୍ଧାର କରିଛନ୍ତି ।