ଯବାନଙ୍କ ଭୁଜାଲି ଚୋଟରେ ବାପା ମୃତ: କେନ୍ଦୁଝର ଜିଲ୍ଲା ମଦନପୁର ଗାଁରେ ଅଭାବନୀୟ ଘଟଣା; ବାପାକୁ ଆକ୍ରମଣ ପରେ ଦୁଇ ଭାଇ ମୁହାଁମୁହଁ, ଉଭୟ ଗୁରୁତର

ପାରିବାରିକ କଳହରୁ ହତ୍ୟାକାଣ୍ଡ

378

କନକ ବ୍ୟୁରୋ: ପୁଅର ଭୁଜାଲି ମାଡ଼ରେ ବାପାର ମୃତ୍ୟୁ ହୋଇଛି ଏବଂ ଗୁରୁତର ଆହତ ହୋଇଛନ୍ତି ସାନ ଭାଇ । ସୀମା ସୁରକ୍ଷା ବଳର ଯବାନ ଏପରି ଉନ୍ମତ କାଣ୍ଡ ଘଟାଇଛନ୍ତି । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଦନପୁଅ ଗାଁରେ । ପାରିବାରିକ କଳହରୁ ବାପାଙ୍କୁ ଭୁଜାଲିରେ ହାଣି ଦେଇଥିଲା ଅଭିଯୁକ୍ତ । ପ୍ରମୋଦ କୁମାର ଓଝାଙ୍କ ବଡ଼ପୁଅ ରଂଜନକୁମାର ଓଝା ଅରୁଣାଚଳ ପ୍ରଦେଶରେ ବିଏଫଏଫ୍ର ସିପାହୀ ଭାବେ କାର୍ଯ୍ୟ କରୁଥିଲେ । କିଛି ଦିନ ହେଲା ପାରିବାରିକ କଳହ ଯୋଗୁଁ ଛୁଟି ନେଇ ଘରକୁ ଆସିଥିଲେ ।

ପୁଣି ଥରେ ଝଗଡ଼ା ହେବାରୁ ରାଗି ଯାଇ ବାପାଙ୍କୁ ଭୁଜାଲିରେ ହାଣି ଦେଇଥିଲା ରଂଜନ । ସାନ ଭାଇକୁ ମଧ୍ୟ ରଂଜନ ଆକ୍ରମଣ କରିଥିଲେ । ପରସ୍ପରକୁ ମାରପିଟ ଭିତରେ ଅଭିଯୁକ୍ତ ରଂଜନ ଓଝା ମଧ୍ୟ ଆହତ ହୋଇଛନ୍ତି । ଦୁଇ ଭାଇଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ବାପା ପ୍ରମୋଦ ଓଝାଙ୍କୁ ସାଇଁକୁଳ ଡାକ୍ତରଖାନା ମୃତ ଘୋଷଣା କରିବା ପରେ ଆନନ୍ଦପୁର ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ଖବର ପାଇ ରାମଚନ୍ଦ୍ରପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।