ଯାତ୍ରା ଦେଖିବା ହେଲା କାଳ । ସଡକ ଦୁର୍ଘଟଣାରେ ଚାଲିଗଲା ୫ ଜଣଙ୍କ ପ୍ରାଣ, ଜଣେ ଗୁରୁତର ଆହତ

ଦୁର୍ଘଟଣା ନେଲା ୫ ଜୀବନ

850

କନକ ବ୍ୟୁରୋ : ଦୁର୍ଘଟଣା ନେଲା ୫ ଜୀବନ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶର ଅଁଳାବାଙ୍କ ଛକ ନିକଟରେ ହୋଇଛି ଦୁର୍ଘଟଣା । ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଏକ କାର ଯୋଗେ କିଛି ଡ୍ୟାନ୍ସ କଳାକାର ଯାଜପୁର ପାଣିକୋଇଲିରୁ କେନ୍ଦ୍ରାପଡା ଆସୁଥିବା ସମୟରେ କାରଟି ଅନ୍ୟଏକ ଗାଡିକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ୫ ଜଣଙ୍କ ଘଟଣାସ୍ଥଳରେ ହିଁ ପ୍ରାଣ ଚାଲିଯାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି । ଆହତଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

 

ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଥିବା କାରଣରୁ କେଉଁ ଗାଡିଟି କାରକୁ ଧକ୍କା ଦେଇଛି ତାହାର ସୂଚନା ମିଳିପାରିନାହିଁ । ଦୁର୍ଘଟଣା ସମ୍ପର୍କରେ ଖବର ମିଳିବା ପରେ ସ୍ଥାନୀୟ ଲୋକମାନେ ମଧ୍ୟ ଘଟଣାସ୍ଥଳରେ ଭିଡ ଜମାଇଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ପରିଚୟ ମିଳିଥିବା ସମୟରେ ଅନ୍ୟ ୨ ଜଣଙ୍କ ପରିଚୟ ମିଳିପାରିନାହିଁ ।