ଶପଥ ପରେ କେଜ୍ରିୱାଲଙ୍କ ସମ୍ବୋଧନ । ଦିଲ୍ଲୀକୁ ଜଣାଇଲେ ଧନ୍ୟବାଦ, ବିକାଶ ପାଇଁ ମାଗିଲେ ମୋଦିଙ୍କ ଆଶୀର୍ବାଦ ।

415

କନକ ବ୍ୟୁରୋ : ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କେଜ୍ରିୱାଲଙ୍କ ସମ୍ବୋଧନ । ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ । ସେ କହିଛନ୍ତି, ‘ଦିଲ୍ଲୀରୁ ଦେଶର ନୂଆ ରାଜନୀତି ଆରମ୍ଭ । ସବକା ସାଥ ସବକା ବିକାଶ ନେଇ କାମ କରିବାକୁ ଚାହୁଁଛି । କେନ୍ଦ୍ର ସରକାରଙ୍କ ସହ ମିଶି ଦିଲ୍ଲୀକୁ ଆଗକୁ ନେବୁ । ଦିଲ୍ଲୀର ବିକାଶ ପାଇଁ କେନ୍ଦ୍ର ସହ କାମ କରିବୁ । ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଚାହୁଁଛି ।’

ରାମଲୀଲା ମୈଦାନରେ ଆଜି ହୋଇଛି କେଜ୍ରିୱାଲଙ୍କ ରାଜ୍ୟାଭିଷେକ । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆପ୍ ମୁଖ୍ୟ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ବମ୍ପର ବିଜୟ ପରେ ଆଜି ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି କେଜ୍ରିୱାଲ ।

ଏହି ଶପଥ ଗ୍ରହଣ ଉତ୍ସବରେ କେଜ୍ରିୱାଲଙ୍କ ସହ ଆଉ ୬ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ତେବେ ସବୁଠୁ ଚର୍ଚ୍ଚାରେ ରହିଥିଲା ତାଙ୍କ ଶପଥ ଗ୍ରହଣ ଉତ୍ସବରେ ମଂଚ ଉପରେ ବସିବାକୁ ଥିବା ଅତିଥିଙ୍କୁ ନେଇ । କାରଣ କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ମଂଚ ଉପରେ ଦେଖିବାକୁ ମିଳିଥିଲା ଦିଲ୍ଲୀ ବିକାଶ ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଥିବା ୫୦ରୁ ଅଧିକ ଶିକ୍ଷକ, ଡାକ୍ତର, ପୋଲିସ, ଡ୍ରାଇଭର, ଚପରାସୀଙ୍କ ଭଳି କର୍ମଚାରୀ ।